ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାହାଡ଼ ତଳି ଗାଁ ମୌଳିକ ସୁବିଧାରୁ ବଞ୍ଚିତ , ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ

Published By : Prameya | April 18, 2025 8:49 PM

ମାଲକାନଗିରି, ୧୮/୪ (ରତ୍ନାକର ଦାଶ ) : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ପାହାଡ଼ ତଳି ଭୀମାରଙ୍ଗିଣୀ ଗାଁ।     ପାହାଡ଼ତଳି ଆଦିବାସୀ ଗାଁର ଦୁଃଖ ଦିନକୁ ଦିନ ବଢ଼ି ଚାଲିଛି । ଗ୍ରାମବାସୀ ପାଇ ପାରୁ ନାହାନ୍ତି ସ୍ଵଛ ପାନୀୟ ଜଳ , ଗାଁକୁ ନାହିଁ ପକ୍କା ରାସ୍ତା, ବିଦ୍ୟୁତ ଓ ମୋବାଇଲ ସେବା ଅପହଞ୍ଚ ପାଲଟି ଯାଇଛି । ସେମାନଙ୍କର ନାଳର ଚୁଆ ପାଣିରେ ଶୋଷ ମେଣ୍ଟୁଛି । ବିଦ୍ୟୁତ ବ୍ୟବସ୍ଥା ନ ଥିବାରୁ ଡିବିରୀ ଆଲୁଅରେ ଗାଁର ପିଲା ପାଠ ପଢୁଛନ୍ତି ।          

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସିନ୍ଦ୍ରିମାଳ ପଞ୍ଚାୟତସ୍ଥ ଭୀମାରାଙ୍ଗିଣୀ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ମାଲକାନଗିରି ଜିଲ୍ଲା ସଦରମହକୁମାଠାରୁ ପ୍ରାୟ ୧୫କିଲୋମିଟର ଦୂରରେ ପାହାଡ଼ ତଳେ ରହିଛି ଭୀମରଙ୍ଗିଣୀ ଗାଁ । ଉକ୍ତ ଗାଁକୁ ଯିବା ଲାଗି ସିଧାସଳଖ ପକ୍କା ରାସ୍ତା ଟିଏ ନାହିଁ । ପ୍ରତିଦିନ ଗ୍ରାମବାସୀ ମାଟି ରାସ୍ତା ଅତିକ୍ରମ କରି ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ନିତିଦିନିଆ କାର୍ଯ୍ୟ ଲାଗି ବ୍ଲକ ଓ ଜିଲ୍ଲା ସଦରମହକୁମାକୁ ଯାତାୟାତ କରିଥାନ୍ତି । ବର୍ଷା ଦିନେ ରାସ୍ତା କାଦୁଅ ପାଣିରେ ଭର୍ତ୍ତି ହୋଇଥାଏ, ଯାତାୟତରେ ବାଧା ହୋଇଥାଏ । ଉକ୍ତ ଗ୍ରାମରେ ପ୍ରାୟ ୨୭୦ରୁ ଊର୍ଦ୍ଧ୍ବ  କୋୟା, ପରଜା ଆଦିବାସୀ ସହ କିଛି ହରିଜନ ପରିବାର କେଉଁ ଆବାହନ କାଳରୁ ବସବାସ କରି ଆସୁଛନ୍ତି । ପୂର୍ବରୁ ଏହି ଗାଁକୁ ଆରଡି ବିଭାଗ ପକ୍ଷରୁ ମେଟାଲ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତାଟି ଦୀର୍ଘ ୧୨ବର୍ଷରୁ ଊର୍ଦ୍ଧ୍ବ ମରାମତ କରା ନ ଯିବାରୁ ମେଟାଲ ପଥର ଉଠି ରାସ୍ତା ମରଣ ଜନ୍ତା ପାଲଟି ଯାଇଛି । ଏହା ବ୍ୟତିତ ପାନୀୟ ଜଳଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ମୋବାଇଲ ନେଟୱର୍କ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି। 

ଭୀମାରାଙ୍ଗିଣା ଗ୍ରାମଠାରୁ ବିଏଲପୁର ପଞ୍ଚାୟତକୁ ସଂଯୋଗ କରିବା ଲାଗି ୧୫କିମି ମୁଖ୍ୟ ପକ୍କା ରାସ୍ତା ନାହିଁ। ଭୀମାରାଙ୍ଗିଣୀ ଗାଁରେ ରହିଛି ୫ଟି ନଳକୂପ। ସେଥି ମଧ୍ୟରୁ ଅନେକ ଅଚଳ ହୋଇପଡ଼ିଛି । ବଳକା ନଳକୂପରେ ଆଇରନ ଯୁକ୍ତ ଜଳ ବାହାରିବା କାରଣରୁ ଗ୍ରାମର ମହିଳାମାନେ ଗ୍ରାମ ନିକଟରେ ଥିବା ବାଲି ଯୋଡ଼ି ନାଳ ନିକଟରେ ଚୁଆ ଖୋଳି ସେଥିରୁ ଜଳ ସଂଗ୍ରହ କରି ପାନୀୟ ସହିତ ରୋଷେଇ ଓ ଘରର ନିତିଦିନିଆ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ବର୍ଷା ଓ ଶୀତ ଦିନେ ଭାଲୁ, ସାପ, ବନ୍ୟ ଜନ୍ତୁଙ୍କ ଭୟ ଲାଗି ରହିଛି । ଗାଁରେ ସୋଲାର ପ୍ରକଳ୍ପ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା । କିଛି ଦିନ ଚାଲିବା ପରେ ତାହା ଖରାପ ହୋଇ ବନ୍ଦ ରହିଛି । ତୁରନ୍ତ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ଚୁଆରୁ ପାଣି ସଂଗ୍ରହ କରୁଥିବା ଫୁଲମିତି ସୋଡି, ସମାରୀ କବାସୀ, ବତୀ ସୋଡି, ଲକ୍ଷ୍ମୀ ସିଶା, ଡମନୁ ଶିଶା ପ୍ରମୁଖ ମହିଳାମାନେ କହିଛନ୍ତି । 

ଭୀମାରାଙ୍ଗିଣୀ ଗ୍ରାମର ଘର ସଂଖ୍ୟା ୨୭୦ରହିଥ‌ିବାବେଳେ ଗତ ଦେଢ ବର୍ଷେ ତଳେ ଏକ  ମୋବାଇଲ ଟାୱାର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିଲା । ତାହା କାର୍ଯ୍ୟକ୍ଷମ ନ ହେବାରୁ ଗ୍ରାମବାସୀ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି । ଭୀମାରାଙ୍ଗିଣୀ ଗ୍ରାମର ହରିଜନପଡ଼ା ସାହିରେ ୬ଟି ଘରକୁ ଅଦ୍ୟାବଧି ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଫଳରେ ପାଠ ପଢ଼ୁଥିବା ପିଲାମାନେ ରାତିରେ ଡିବିରୀ ଆଲୁରେ ପଢିଥାନ୍ତି । ବଜାରରେ ଠିକ୍ ଭାବେ କିରୋସିନୀ ତେଲ ମିଳୁନଥିବାବେଳେ ଚୋରାରେ ୨୦୦ଟଙ୍କା ଦେଇ କିରୋସିନ କିଣି ଡିବିରୀ ଆଲୁଅରେ ଘରର ଅନ୍ଧାର ଦୂର କରିଥାନ୍ତି । ଗାଁରେ ଉପର ସାହି, ତଳ ସାହି, ମଝି ସାହି ରହିଛି ଏହି ସାହି ଗୁଡିକରେ ମଧ୍ୟ ଅନୁରୂପ ସମସ୍ୟା ରହିଛି । ଗାଁକୁ ପକ୍କା ରାସ୍ତା, ପାନୀୟ ଜଳ, ମୋବାଇଲ ନେଟ ୱାର୍କ ସେବା ଓ ହରିଜନ ସାହିକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜିଲ୍ଲାପାଳ, ବ୍ଲକ ବିଡିଓଙ୍କୁ ଦରଖାସ୍ତ ଦେଇଥିଲେ ମଧ୍ୟ କିଛି କାର୍ଯ୍ୟକାରି ହେଉନଥିବାର ଗ୍ରାମର ୱାର୍ଡ଼ମେମ୍ବର ଦନେଇ ହନ୍ତାଳ, ଗ୍ରାମ ମୁଖିଆ କେଶବ ଶିଶା, କାର୍ତ୍ତିକ ମାଟମ, ଲଇଛନ ଶିଶା ଅଭିଯୋଗ କରିଛନ୍ତି । ଏବେ ବି ଭୀମାରଙ୍ଗିଣୀ ଗ୍ରାମଟି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଗାଁର ସମସ୍ୟା ସମ୍ପର୍କରେ ଆମେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ  ଯୋଗାଯୋଗ କରିଥିଲୁ, ଭୀମା ରାଙ୍ଗିଣୀ ଗ୍ରାମ ସମସ୍ୟା ଅନୁଧ୍ୟାନ କରିବା ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର ସେ ଗାଁକୁ ପଠାଯାଇ ରାସ୍ତା, ପାନୀୟ ଜଳ ଓ ଅନ୍ୟାନ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କାରି କରାଯିବ ବୋଲି ଏଡିଏମ ଶ୍ରୀ ପ୍ରଧାନ କହିଛନ୍ତି। ଖାଲି ଦେଖିବାକୁ ରହିଲା କେବେ ପାହାଡ଼ ତଳି ଭୀମାରାଙ୍ଗିଣୀ ଗାଁର ଦୁଃଖ ଦୂର ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.