ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରହସନ ପାଲଟିଛି ଯୋଗ, ନାହାନ୍ତି ଇନଷ୍ଟ୍ରକଟର, ହେଉନି କ୍ଲାସ

Published By : Rasmita Pradhan | June 21, 2025 12:05 PM

ଭୁବନେଶ୍ୱର,୨୧/୬ : ହସ୍ପିଟାଲକୁ ଆସୁଥିବା ରୋଗୀମାନେ ଯୋଗ ପ୍ରଶିକ୍ଷଣ ନେବେ। ଯୋଗାଭ୍ୟାସ କରି ଶରୀରକୁ ରୋଗମୁକ୍ତ କରିବେ । ସେଥିପାଇଁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଯୋଗ ଶିବିର ପାଇଁ ପ୍ରାବଧାନ ରହିଛି । ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଜଣେ ଯୋଗ ଇନଷ୍ଟ୍ରକ୍‌ଟରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ହେଲେ ଯୋଗ ହେଉଛି ନା ଯୋଗାଭ୍ୟାସର ଉଦ୍ଦେଶ୍ୟ ସାଧନ ହୋଇପାରୁଛି । କେବଳ ସେତିକିନୁହେଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚଡବ୍ଲୁସି)ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି)କୁ ଛାଡ଼ିଦେଲେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁସିଏଚ୍‌ସି)ରେ ଯୋଗ ଇନଷ୍ଟ୍ରକଟର୍‌ ପଦବୀ ହିଁ ନାହିଁ । ଏବିଷୟରେ ସଚେତନ ନଥିବାରୁ ଲୋକେ ମଧ୍ୟ ଯୋଗାଭ୍ୟାସ କରିବାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି । 

ସୂଚନା ଅନୁସାରେ, ବର୍ତ୍ତମାନ ଭୁବନେଶ୍ୱରରେ ୧୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚ୍‌ଡବ୍ଲୁସି) ରହିଛି । ସେଥିମଧ୍ୟରୁ ୧୫ଟି କେନ୍ଦ୍ରରେ ଯୋଗ ଇନଷ୍ଟ୍ରକଟର ରହିଛନ୍ତି । ହେଲେ ପଳାଶୁଣି, ଆଚାର୍ଯ୍ୟବିହାର, ହଂସପାଳ ୟୁଏଚଡବ୍ଲୁସିରେ ଇନଷ୍ଟ୍ରକଟର ନଥିବାରୁ ସେଠାରେ ଯୋଗାଭ୍ୟାସ ହୋଇପାରୁନି । ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଯୋଗ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ତେଣୁ ସେଠାରେ ଯୋଗାଭ୍ୟାସ ହୋଇପାରୁନି । କେବଳ ସେତିକିନୁହେଁ, ଭୁବନେଶ୍ୱରରେ ୟୁନିଟ-୪, ପଟିଆ, ଡୁମଡମା ଓ ବିଏମସି ହସ୍ପିଟାଲ ଭଳି ଚାରିଟି ସ୍ଥାନରେ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଏସବୁ କେନ୍ଦ୍ରରେ ଆଦୌ ଯୋଗ ଇନଷ୍ଟ୍ରକଟର ନାହାନ୍ତି କିମ୍ବା ଯୋଗ କ୍ଲାସ ହେଉନି । 

ଅନ୍ୟପଟେ ସମୁଦାୟ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗାଭ୍ୟାସ ପାଇଁ ନିୟମ ରହିଛି । ହେଲେ ବେଳେ ବେଳେ ସେଠାରେ ଲୋକ ନଥିବାରୁ ଯୋଗ କ୍ଲାସ ହୋଇପାରୁନି । ଅପରପକ୍ଷେ, ଭୀମଟାଙ୍ଗିରେ ଥିବା ଏକମାତ୍ର ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଯୋଗଶ୍ରେଣୀ ବନ୍ଦ ରହିଛି । ଯୋଗ ଇନଷ୍ଟ୍ରକଟର ଅନ୍ୟତ୍ର ଯାଇ ଯୋଗ ଶିଖାଉଥିବା ଜଣାପଡ଼ିଛି । ରୋଗୀ ସମ୍ପର୍କୀୟଙ୍କ କହିବା କଥା, ହସ୍ପିଟାଲରେ ଯୋଗାଭ୍ୟାସ ପାଇଁ ସ୍ୱତନ୍ତ୍ର ସ୍ଥାନ ଦରକାର । ଚାରିପଟେ ଖୋଲା ସ୍ଥାନ ଥିଲେ ତାହା ଯୋଗାଭ୍ୟାସ ପାଇଁ ଏକ ପ୍ରକୃତ ପରିବେଶ ହୋଇପାରିବ । ହେଲେ ଅଧିକାଂଶ ହସ୍ପିଟାଲରେ ସେଭଳି ପରିବେଶ ନାହିଁ । ଏ ବାବଦରେ ଯୋଗ ବିଶେଷଜ୍ଞ ସୁରେଶ ମହାପାତ୍ର କହିଛନ୍ତି, ପ୍ରଥମ କଥା ହେଉଛି ହସ୍ପିଟାଲରେ ଯୋଗ ଶିବିର ହେଉଛି ବୋଲି ଲୋକଙ୍କୁ ସଚେତନ କରିବାକୁ ପଡ଼ିବ । ଯଦି ଯୋଗ ପାଇଁ ଭଲ ପରିବେଶ ନଥିବ ସେଭଳି ଏକ ପରିବେଶ ତିଆରି କରିବାକୁ ପଡ଼ିବ । ପରିବେଶ ନଥିବାରୁ ଲୋକେ ହସ୍ପିଟାଲ ଛାଡ଼ି ପାର୍କକୁ ଯାଇ ଯୋଗ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯୋଗ ଶିବିର ହେଉଛି । ହେଲେ ସରକାର ଏପର୍ଯ୍ୟନ୍ତ ୟୁସିଏଚସିରେ ଯୋଗ ପଦବି ସୃଷ୍ଟି କରିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.