ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୨ ହଜାର ବର୍ଷ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଥିଲା ହିନ୍ଦୁ ଏବଂ ବୌଦ୍ଧ ଧର୍ମର ଦବଦବା... କେମିତି ପାଲଟିଗଲା ଦୁନିଆର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ?

Published By : Rasmita Pradhan | January 25, 2025 3:07 PM

ନୂଆଦିଲ୍ଲୀ, ୨୫/୦୧ : ଏକ ସମୟରେ ଏହି ଦେଶରେ ଥିଲା ହିନ୍ଦୁ ରାଜତ୍ଵ। ୨ ହଜାର ବର୍ଷ ପର୍ଯ୍ୟନ୍ତ ଥିଲା ହିନ୍ଦୁ ଏବଂ ବୌଦ୍ଧ ଧର୍ମର ଦବଦବା। ପ୍ରାୟ ହଜାରେ ବର୍ଷ ଯାଏଁ ଏଠାରେ ଥିଲା ହିନ୍ଦୁ ଏବଂ ବୌଦ୍ଧ ରାଜାଙ୍କ ଶାସନ। ଏଠାକାର ମୂଳ ଅଧିବାସୀ ଥିଲେ ମୁନି ସଭ୍ୟତା। ଅନୁକରଣ କରୁଥିଲେ ଋଷି ପରମ୍ପରା। ଏଠାରେ ରାଜତ୍ଵ କରୁଥିଲେ କିର୍ତ୍ତାନେଗାରା ଏବଂ ତ୍ରିଭୁବନା ଭଳି ରାଜା। ତାହେଲେ କେମିତି ପାଲଟିଗଲା ଦୁନିଆର ସବୁଠୁ ବଡ଼ ମୁସଲିମ ରାଷ୍ଟ୍ର ? ୨୭ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏବେ ରହୁଛନ୍ତି ୯୦ ପ୍ରତିଶତ ମୁସଲମାନ। ହିନ୍ଦୁ ଏବଂ ବୌଦ୍ଧ ପ୍ରଭାବ ଥିବା ରାଷ୍ଟ୍ରରେ କେଉଁଠୁ ଆସିଲା ଇସଲାମ ଧର୍ମ ? ଆମେ କହୁଛୁ ଇଣ୍ଡୋନେସିଆ କଥା...

ଦିନେ ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା ଇଣ୍ଡୋନେସିଆ। ଚୀନ ଏବଂ ଭାରତ ସହ ସହ ଇଣ୍ଡୋନେସିଆର ଥିଲା ବାଣିଜ୍ୟିକ ସମ୍ପର୍କ। ପ୍ରାକୃତିକ ସମ୍ପଦ ପାଇଁ ସର୍ବଦା ବିଦେଶୀଙ୍କ ପାଇଁ ପାଲଟିଥିଲା ପ୍ରଥମ ପସନ୍ଦ। ଏଥିପାଇଁ ଦୁନିଆର କୋଣ ଅନୁକୋଣରୁ ଇଣ୍ଡୋନେସିଆକୁ ବାଣିଜ୍ୟ କରିବାକୁ ଧାଇଁ ଆସନ୍ତି ବିଭିନ୍ନ ଧର୍ମର ଲୋକ। ଅଷ୍ଟମ ଶତାବ୍ଦୀରେ ପ୍ରଥମେ ଇଣ୍ଡୋନେସିଆ ଆସିଥିଲେ ମୁସଲିମ ବ୍ୟାପାରୀ। ହେଲେ ୧୩ ଶ. ଶତାବ୍ଦୀର ଶେଷରେ ଏଠାରେ ଆରମ୍ଭ ହୋଇଥିଲା ଇସଲାମ ଧର୍ମର ପ୍ରଚାର ପ୍ରସାର। ଆଗେ ମୁସଲିମ ବ୍ୟାପାରୀମାନେ ଧର୍ମର ପ୍ରଚାର ଆରମ୍ଭ କରିଥିଲେ। ଏହାପରେ ମୁସଲିମ ବିଦ୍ଵାନମାନେ ମିଶନାରୀ ଗତିବିଧି କରି ଇସଲାମର ପ୍ରଚାର ଆରମ୍ଭ କଲେ। 

ଆରମ୍ଭରେ ସ୍ଥାନୀୟ ଶାସକମାନେ ଇସଲାମ ଧର୍ମ ଗ୍ରହଣ କଲେ। ତାଙ୍କ ପରେ କିଛି ବଡ଼ ବଡ଼ିଆ ଧର୍ମକୁ ଆପଣେଇଲେ। ୧୩ଶ ଶତାବ୍ଦୀରେ ସୁମାତ୍ରାର ଉତ୍ତର ତଟରେ ଇସଲାମ ରାଜ୍ୟ ପ୍ରତିଷ୍ଠା ହେଲା। ୧୩ଶ ଶତାବ୍ଦୀର ଶେଷ ସୁଦ୍ଧା ଉତ୍ତର ସୁମାତ୍ରାରେ ଇସଲାମ ଧର୍ମ ଆଧିପତ୍ୟ ବିସ୍ତାର କରିସାରିଥିଲା। ମୁସଲିମ ଧର୍ମର ପ୍ରସାର ପାଇଁ ଆଉ ଏକ ମାଧ୍ୟମ ପାଲଟିଲା ବିବାହ। ମୁସଲିମ୍ ବ୍ୟାପାରୀମାନେ ସ୍ଥାନୀୟ ମହିଳାଙ୍କ ସହ ବିବାହ କଲେ। ୧୫ଶ ଶତାବ୍ଦୀରେ ମୁସଲିମ ରାଜ୍ୟ ମଲକ୍କା ସୁଲତାନତଙ୍କ ଅଧିପତ୍ୟ ଯୋଗୁଁ ଏଠାରେ ଇସଲାମର ପ୍ରଚାର ପ୍ରସାର ଆହୁରି ତୀବ୍ର ହେଲା। ଯେଉଁମାନେ ନମାନିଲେ ସେମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଗଲା। 

ଆଜିବି ଏଠାରେ ହିନ୍ଦୁ ଧର୍ମ ଏବଂ ସଂସ୍କୃତିର ଛାପ ରହିଛି। ଏଠାକାର ଅଧିକାଂଶ ସ୍ଥାନର ନାମ ଆରବୀ ଏବଂ ସଂସ୍କୃତରେ ରଖାଯାଇଛି। ତେବେ ଇଣ୍ଡୋନେସିଆରେ ସବୁଠୁ ଅଧିକ ମୁସଲିମ ସମ୍ପ୍ରଦାୟ ଅଛନ୍ତି। ୨୦୨୩ର ନାଗରିକ ରେଜିଷ୍ଟର ତଥ୍ୟ ଅନୁସାରେ ୮୭.୦୬ ପ୍ରତିଶତ ଲୋକ ନିଜକୁ ମୁସଲମାନ ଭାବନ୍ତି। ଏଠାରେ ୯୯ ପ୍ରତିଶତ ଲୋକ ସୁନ୍ନୀ ଏବଂ ବାକି ୧ ପ୍ରତିଶତ ଶିୟା ସମ୍ପ୍ରଦାୟର। ତେବେ ଏହା ଏକ ମୁସଲିମ ରାଷ୍ଟ୍ର ନୁହେଁ। ସମ୍ବିଧାନ ଦୃଷ୍ଟିରୁ ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ୬ଟି ଧର୍ମକୁ ମାନ୍ୟତା ଦିଆଯାଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.