ମନମୁଣ୍ଡା,୨୫।୩(ଆପ୍ର): ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚାଷ ମୂଳୋତ୍ପାଟନ ପାଇଁପଦକ୍ଷେପ ନେଉଛି ପୁଲିସ୍‌ । ହେଲେ ନିଶା କାରବାରରେ ବିଭାଗୀୟ କର୍ମଚାରୀଙ୍କସମ୍ପୃକ୍ତି ଯୋଗୁ ସବୁ ଫସର ଫାଟୁଛି । ଗଞ୍ଜେଇ କାରବାର ଅଭିଯୋଗରେ ତିନିଜଣଆଇଆରବି ଯବାନ ବନ୍ଧା ହେବା ଚର୍ଚ୍ଚାର ବିଷୟ ହୋଇଛି । ବାରାକ୍‌ରୁ ପ୍ରାୟ ୨୦କେଜି  ଗଞ୍ଜେଇ ଜବତ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ଅନ୍ୟପଟେ ଘଟଣା ପରେ ଏସ୍‌ପି ରାହୁଲ ଗୋଏଲ କେତେଜଣ ଆଇଆଇସିକୁଥାନାସ୍ତରରେ ଅଦଳବଦଳ କରିଛନ୍ତି । ମନମୁଣ୍ଡା ଆଇଆଇସି ତରୁଣ ତପନ ବେହେରାଙ୍କୁ ବୌଦ୍ଧ ମୁଖ୍ୟ କାର୍ଯ୍ୟାଳୟକୁ, ବାଉଁଶୁଣି ଆଇଆଇସି ଅଞ୍ଜଳି ବିଶ୍ୱାଳଙ୍କୁ ମନମୁଣ୍ଡା ଥାନାକୁଏବଂ କଣ୍ଟାମାଳରେ ଥିବା ଏସ୍‌ଆଇ ଜ୍ଞାନେନ୍ଦ୍ର ମିଶ୍ରଙ୍କୁ ବାଉଁଶୁଣି ଥାନାକୁ ବଦଳି କରାଯାଇଛି ।

ମାଓବାଦୀ ନିପାତ ଅଭିଯାନ ପାଇଁ ମନମୁଣ୍ଡାରେ ନିୟୋଜିତ ଅଛନ୍ତି ଏକପ୍ଲାଟୁନ ଆଇଆର୍‌ବିଫୋର୍ସ । ସେମାନଙ୍କମଧ୍ୟରୁ କେତେଜଣଯବାନ ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଏସ୍‌ପି କୌଣସି ସୂତ୍ରରୁସୂଚନା ପାଇଥିଲେ । ଏସ୍‌ପିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍‌ ସୋମବାର ବାରାକ୍‌ରେଚଢ଼ଉ କରିଥିଲା । ହାବିଲଦାର କୁନାର ସିଂ (୩୫)ଙ୍କ ବ୍ୟାଗରୁ ୫ କେଜି ୧୦୦ଗ୍ରାମ, ଯବାନ ତ୍ର ିଲୋଚନ ରଣା (୩୪)ଙ୍କଠାରୁ ୭କେଜି ୭୮୦ଗ୍ରାମ ଏବଂନିଲମ ବାର୍ଲା (୩୨)ଙ୍କଠାରୁ ୩ କେଜି ୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା ।ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲ୍‌ଦାର ଧନଞ୍ଜୟ ବେହେରାଙ୍କଉପସ୍ଥ ିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଅଭିଯୁକ୍ତ ୩ ଯବାନଙ୍କୁମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି ତରୁଣ ତପନ ବେହେରାସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁପଠାଇ ଦିଆଯାଇଥିବା ସରକାରୀ ଓକିଲ ଦୁତିଆ ଚରଣ ସାହୁ କହିଛନ୍ତି । ଏଥିରେଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି ।