ପ୍ରମୂଖ ଖବର
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ମହାନଦୀ ବନ୍ୟପ୍ରାଣୀ କୁସଙ୍ଗ ରେଞ୍ଜରେ ବ୍ୟାଘ୍ର ଦିବସ ପାଳିତ

Published By : Gurupada Nath | July 29, 2025 6:46 PM

ହରଭଙ୍ଗା,୨୯/୭ : ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ଓଡିଶା ସରକାରଙ୍କ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ଅବସରରେ ୨୯ ଜୁଲାଇକୁ ଧାର୍ଯ୍ୟ କରିଥିବାବେଳେ ଆଜି କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ କୁସଙ୍ଗ ରେଞ୍ଜରେ ରେଞ୍ଜର ସଂସାର ବର୍ଗିଆଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଭାଗ ତରଫରୁ ୨୫୦ଟି ବୃକ୍ଷ ଯଥା ଆମ୍ବ, ପଣସ, ବାହାଡ଼ା, ଜାମ୍ବୁ, ଲିମ୍ବ, ବାଉଁଶ, ଅଁଳା, ଗଛ ରୋପଣ କରାଯାଇଥିବାବେଳେ ଏହି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାଁହୁଚରଣ ନାଥ ଯୋଗଦେଇଥିବାବେଳେ ସମାଜ ସେବୀ ସୁଶୀଳ ରଣା ଯୋଗଦେଇଥିଲେ  l  

କୁସଙ୍ଗ ରେଞ୍ଜ କୁମାରୀ ବିଟର କୁଟୁରା ମରା ଜଙ୍ଗଲରେ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀପାଜୁ ଫରେଷ୍ଟର ପ୍ରଶାନ୍ତ ଗୁରୁ, କୁସଙ୍ଗ ଫରେଷ୍ଟର ଶ୍ରୀନିବାସ କଂହର, ସୀତଲପାଣି ଫରେଷ୍ଟର ଅନ୍ତର୍ଯ୍ୟାମୀ ଜାନି, ଫରେଷ୍ଟ ଗାର୍ଡ ବିଷ୍ନୁପ୍ରିୟା ଦେଇ, ପୁଷ୍ପାଞ୍ଜଳି ପଣ୍ଡା, ରୁନି ଦଳ ବେହେରା, ଗୋବିନ୍ଦ ମହାକୁଡ଼ ରେଞ୍ଜ ଅଫିସରେ କାର୍ଯ୍ୟରତ ସମସ୍ତ  ସ୍ୱାଡ଼ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.