ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାଙ୍କେର ଜିଲ୍ଲାରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ

Published By : Rasmita Pradhan | March 7, 2025 10:48 AM

ଭୁବନେଶ୍ଵର, ୦୭/୦୩ : ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ବାଘ ଆତଙ୍କ। ଛତିଶଗଡ଼ କାଙ୍କେର ଜିଲ୍ଲା ଦୁଧବା ଓ ମାକିଡ଼ିଖୁନା ଗ୍ରାମରେ ଏକ କଲରାପତରିଆ ବାଘ ଆତଙ୍କ ଖେଳାଇଛି। କୁକୁଡ଼ା ଖାଇବାକୁ ଜଣେ ବ୍ୟକ୍ତିଙ୍କ କାନ୍ଥରେ ଚଢୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

ସୂଚନାନୁଯାୟୀ, କାଙ୍କେର ଜିଲ୍ଲାର ଦୁଧବା ଗ୍ରାମରେ ଗୁରୁବାର ଦିନ ଦ୍ଵିପ୍ରହରରେ ଜଣେ ଶିକ୍ଷକଙ୍କ ଘରେ ଏକ କଲରାପତରିଆ ବାଘ ପଶିଥିଲା। ଖବର ପାଇ ବନ କର୍ମଚାରୀ ବାଘକୁ ଧରିବାକୁ ଏକ ଜାଲ ବିଛାଇଥିଲେ। ହେଲେ ବାଘଟି ଖସି ଯାଇଥିଲା। ରାତିରେ କୁକୁଡ଼ା ଖାଇବାକୁ ନିକଟସ୍ଥ ମାକିଡ଼ିଖୁନା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲା। ବାଡ଼ରେ କଲରାପତରିଆ ଚଢିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ତେବେ ଉଭୟ ଗ୍ରାମରେ ଗତକାଲି ବାଘକୁ ନେଇ ହୋଇଥିବା  ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଛତିଶଗଡ଼ ବନ ବିଭାଗ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ପାଇଁ କହିଛି। ଏହା ସହ ସନ୍ଧ୍ୟା ହେଲେ କେହି ଘରୁ ବାହାରକୁ ନବାହାରିବାକୁ ବନ ବିଭାଗ କହିଛି।   

ଏହି ଖବରଟିକୁ ପଢନ୍ତୁ-ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବୋଟ୍ ଏବଂ ୫ ଟାପା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.