କଣ୍ଟାମାଳ, ୯।୭(ଆପ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଡିପଦର ଛକ ନିକଟରୁ ଟ୍ରାକ୍ଟର ସହ ୧ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ମାମଲାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ କଣ୍ଟାମାଳ ପୁଲିସର ଏକ ଟିମ ବରଡିପଦର ଛକ ନିକଟରେ ଚଢାଉ କରି ଟ୍ରାକ୍ଟର ସହ ଗଞ୍ଜେଇ ଜବତ କରିଥିଲା ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା l ଏ ସମ୍ପର୍କରେ କଣ୍ଟାମାଳ ଥାନାରେ NDPS ଆକ୍ଟରେ ୧୩୭/୨୦୨୫ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣକରିଥିବା କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l