ବାରିପଦା, ୮।୧୧: ବାରିପଦା ଦାମୋଦରପୁରଠାରେ ସଡ଼କ ଦୁର୍ଘଟଣା । ପାଲବଣୀରୁ ଦାମୋଦରପୁର ପର୍ଯ୍ୟନ୍ତ ଲମ୍ବି ଥିବା ଓଭର ବ୍ରିଜ୍ର ଦାମୋଦରପୁର ନିକଟରେ ଏକ ଟ୍ରେଲର ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି l ଦୁର୍ଘଟଣା ଯୋଗୁଁ ଟ୍ରେଲରରେ ବୋଝେଇ ହୋଇ ଯାଉଥିବା ଲୁହାର ବଡ଼ ବଡ଼ ବିମ୍ ରାସ୍ତା ଉପରେ ପଡ଼ିଛି ।
ସୂଚାନୁସାରେ, ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ୧୮ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଯୋଗୁଁ ମୁର୍ଗାବାଢ଼ିର ରଙ୍ଗ ରୁଟ୍ରେ ଟ୍ରକଗୁଡ଼ିକ ଯାଉଥିବା ଦେଖିବାକୁ ମିଳୁଛି । ସେପଟେ ବାଲେଶ୍ୱର ପଟୁ ପାଲବଣୀ ଦେଇ ଓଭର ବ୍ରିଜ୍ରେ ଆସୁଥିବା ଗାଡ଼ିଗୁଡ଼ିକ ଓଭର ବ୍ରିଜ୍ ଉପରେ ଫସି ରହିଛି ।