ପ୍ରମୂଖ ଖବର
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଭଦ୍ରକରେ ୧୪୧ ଗର୍ଭବତୀଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର

Published By : Suraj Kumar | October 23, 2024 11:08 PM

ଭଦ୍ରକ,୨୩।୧୦ : ବାତ୍ୟା ପାଇଁ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ , ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କ ପାଇଁ ପ୍ରଶାସନ ସଜାଗ ରହିଛି । ଜିଲ୍ଲାରେ ୧୦୫  ବାତ୍ୟା ଆଶ୍ରୟସ୍ଥଳୀ ସହ ୫୯୮ ସ୍କୁଲ , ସରକାରୀ ଘର ଆଦି କୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର ହେବା ପାଇଁ ପ୍ରସ୍ତୁତ ରହିଛି । ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ । ଜିଲ୍ଲା ରେ ୨୬୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୧୪୧ ଗର୍ଭବତୀଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୧୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ପାଇଁ ସମସ୍ତ ହାଇ ମାସ୍କ ଲାଇଟ ଡାଉନ୍ କରାଯାଇଛି । ବଡ ବଡ ହୋଡ଼ିଂକୁ ଖୋଲି ଦିଆଯାଇଛି । ବାତ୍ୟା ଓ ପବନକୁ ଲକ୍ଷ୍ୟ କରି ନିଆଯାଇଛି ନିଷ୍ପତ୍ତି । 

ତେବେ ଭଦ୍ରକ ପୌରାଞ୍ଚଳ ରେ ବର୍ଷା କୁ ନଜର ରେ ରଖି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହୋଇଛି । ୧୦ ନମ୍ବର ୱାର୍ଡ ରେ ଦୁଇ ଟି ଯଥା ଭଦ୍ରକ କଲେଜ ଓ ବଙ୍କ ସ୍କୁଲ କୁ ଆଶ୍ରୟ ସ୍ଥଳୀ କରା ଯାଇଛି । ଏହି ସ୍ଥାନ ରେ ନୋଡାଲ ଅଫିସର ଓ ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ ଙ୍କ ସହ ଲୋକ ପ୍ରତିନିଧି ମାନେ ସଜାଗ ଅଛନ୍ତି । ପାଗ ବିଗିଡ଼ିଲେ କିମ୍ବା ବର୍ଷା ଆରମ୍ଭ ହେଲେ ଲୋକ ଙ୍କୁ ଆଣିବା ପାଇଁ ପ୍ରସ୍ତୁତ ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.