ଖଜୁରୀପଡ଼ା/ଫୁଲବାଣୀ,୨୩/୦୩: ଆଦିବାସୀ ସାଧ୍ୱୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଗୋଡ଼, ହାତ ଫୁଲିବା ସହ ରକ୍ତହୀନତା ଥିବା ଜଣାପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ରବିବାର ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ପୂର୍ଣ୍ଣମାସୀଙ୍କ ବୟସ ଏବେ ୮୨ । ଜଣେ ଆଦିବାସୀ ସନ୍ଥ ଏବଂ ଆଶୁକବି ଭାବେ ଜଣାଶୁଣା ପୂର୍ଣ୍ଣମାସୀଙ୍କୁ ୨୦୨୧ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଡିସରୁ ବାଇ ହିସାବରେ ପରିଚିତ ପୂର୍ଣ୍ଣମାସୀଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସଂଖ୍ୟାରେ ଅନୁଗାମୀ ରହିଛନ୍ତି । ଜିଲ୍ଲାବାସୀ ତାଙ୍କ ସ୍ୱାସ୍ଥ୍ୟ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅଧିକ ପଢ଼ନ୍ତୁ :-  ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ ଓଡ଼ିଶା : ରାଜ୍ୟରେ ଏବେ ଲୁଚିଛନ୍ତି ୧୫ ନକ୍ସଲ, ଆତ୍ମସମର୍ପଣ ପାଇଁ ଦିଆଯାଇଛି ଅଲ୍ଟିମେଟମ୍