ଭୁବନେଶ୍ୱର ୨୩/୩: ସରି ଆସିଲାଣି ଡେଡଲାଇନ୍। ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା ।ଏବେ ରାଜ୍ୟରେ ଲୁଚିଛନ୍ତି ୧୫ ମାଓବାଦୀ। କନ୍ଧମାଳ-କଳାହାଣ୍ଡି-ରାୟଗଡ଼ାରେ ୧୫ଜଣ ମାଓବାଦୀ ରହିଛନ୍ତି। ସୀମାନ୍ତରେ ମାଓ ଅପରେସନ ଜୋରଦାର୍ କରାଯାଇଛି। ନକ୍ସଲମାନେ ଆତ୍ମସମର୍ପଣ ନ କଲେ ସେମାନଙ୍କୁ ଦମନ କରାଯିବ। ଏନେଇ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଧିକ ପଢ଼ନ୍ତୁ :- ସରି ଆସିଲାଣି ଡେଡ୍ଲାଇନ: ୯ ଦିନରେ ଟାଗେର୍ଟ ୪୯ ନକ୍ସଲ, ଓଡ଼ିଶା ସୀମାରେ ଉଡ଼ିଲା ଡ୍ରୋନ୍
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷରେ ୨୦୨୬ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୯୬ ଜଣ ମାଓବାଦୀ ଏବଂମଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି । ୮ ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା ଜିଲ୍ଲା ଗୁଡିକୁ ମାଓମୁକ୍ତ ଜିଲ୍ଲା ଭାବରେ ବିବେଚନା କରାଯାଉଛି । ୨୦୨୬ ମସିହା ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ ହେବ।