ନୂଆଦିଲ୍ଲୀ,୨୯/୦୯: ନିଜେ ବୁଣିଥିବା ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସମେତ ଅନ୍ୟ ଦେଶ ଉପରେ ଫୁଟାଇଥିବା ଟାରିଫ୍ ବୋମା ଟ୍ରମ୍ପଙ୍କ ଉପରେ ଭାରି ପଡିବ । ଏବେ ସୋୟାବିନ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚୀନ ସୋୟାବିନ ଆମଦାନୀ ରୋକ ଲଗାଇବା ପରେ ସଙ୍କଟରେ ପଡିଛନ୍ତି ଆମେରିକା ଚାଷୀ । ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଅଗଷ୍ଟରେ ଚୀନକୁ ୯୦ ଦିନର ଛାଡ ଦେବା ସମୟରେ ସୋୟାବିନ କିଣିବାକୁ ଗୁହାରି କରିଥିବା ଦେଖିବାକୁ ମିଳିଥିଲା । ଜେନେଭାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ପରେ ଶୁଳ୍କକୁ ୩ମାସ ସ୍ଥଗିତ ରଖାଯାଇଥିଲା । ଏବେ ଟ୍ରମ୍ପଙ୍କର ଟାରିଫ୍ ବୋମା ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି । ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସୋୟାବିନ୍ । ଆମେରିକା ସୋୟାବିନ ଚାଷୀ ସମସ୍ୟାରେ ପଡିଛନ୍ତି । ସଙ୍କଟରେ ଫସିଛନ୍ତି ଚାଷୀ । ଯାହାର କାରଣ ଚୀନ । ଆମେରିକା ଟାରିଫ୍‌ର ଜବାବ ଦେଇ ସୋୟାବିନ କିଣା ଉପରେ ପ୍ରତିବନ୍ଧକ ଲଗାଇଛି ଚୀନ । ଫଳରେ ସୋୟାବିନ ଚାଷୀଙ୍କ ପାଇଁ ବଡ ବଜାରରେ ସାମଗ୍ରୀ ପହଞ୍ଚାଇବା ବନ୍ଦ ହୋଇଛି । ଫଳରେ ୧୨ ଅରବ ଡଲାର କ୍ଷତି ହୋଇଛି । ଚୀନ ସାଧାରଣତଃ ଆମେରିକାଠୁ ସୋୟାବିନର ଏକ-ଚତୁର୍ଥାଶଂ ବିକ୍ରିର ବଡ ବଜାର ହୋଇଛି । ହେଲେ ଗତ ମେ ମାସରୁ ଟ୍ରମ୍ପଙ୍କ ଟାରିଫ୍ ପାଇଁ ଚୀନ ସୋୟାବିନ୍ ଆମଦାନୀ ବନ୍ଦ କରିଥିଲା ।

ଆମେରିକା ସୋୟାବିନ ଆସୋସିଏସନ ବିଜନେସ୍ ଗ୍ରୁପର ଚିଫ୍ କେଲେବ କହିଛନ୍ତି, ଆମ ଉଦ୍ୟୋଗ ପାଇଁ ଏକ ବଡ ଚେତାବନୀ । ସୋୟାବିନ ଫସଲ କଟିବାକୁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ହେଲେ ଚାଷୀଙ୍କୁ ତାହା ଜଣାନାହିଁ ସେ କେଉଁଠି ଫସ ବିକ୍ରି କରିବେ । କାରଣ ଚୀନ ସୋୟାବିନ କିଣିବା ବନ୍ଦ କରି ଦେଇଛି ।

ଡ୍ରାଗନ୍‌ର ପ୍ରହାର, ୧୨.୫ ଅରବ ଡଲାର କ୍ଷତି- ଆମେରିକାର ସୋୟାବିନ୍ ଉତ୍ପାଦକମାନେ ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ଯାହା ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ । କାରଣ ସେମାନଙ୍କର ସବୁଠାରୁ ବଡ଼ ବିଦେଶୀ କ୍ରେତାଙ୍କ ପାଖରେ ଉତ୍ପାଦ ପହଞ୍ଚି ପାରୁନାହିଁ । ୨୪.୫ ଅରବ ଡଲାର ମୂଲ୍ୟର ସୋୟାବିନ ଉତ୍ପାଦ ହୋଇଛି । ସେଥିରୁ ୧୨.୫ ଅରବ ଡଲାର ସେୟାବିନ କିଣିଥାଏ ଚୀନ । ଏଥର ରୋକ ଲଗାଇବାରୁ ୧୨.୫ ଅରବ ଡଲାର କ୍ଷତି ସହିଛି ଆମେରିକା ।