ନୂଆଦିଲ୍ଲୀ,୨୦/୦୨; ଏଲିଅନ୍ ପ୍ରକୃତରେ ଅଛନ୍ତି କି ? ସେମାନେ କେବେ ପୃଥିବୀକୁ ଆସିବାକୁ ଚେଷ୍ଟା କରିଛନ୍ତି କି ? ଏହି ପ୍ରଶ୍ନଗୁଡ଼ିକ ବର୍ଷ ବର୍ଷ ଧରି ଲୋକଙ୍କୁ ଆକର୍ଷିତ କରିଆସିଛି । ଏବେ, ଆମେରିକାରୁ ଏକ ପ୍ରମୁଖ ଖବର ଏହାକୁ ଆହୁରି ତୀବ୍ର କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏଫଓ (ଅଜଣା ଉଡ଼ନ୍ତା ବସ୍ତୁ) ଏବଂ ଏଲିଅନ ସହ ଜଡିତ ସରକାରୀ ଫାଇଲଗୁଡ଼ିକୁ ସାର୍ବଜନିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି ଯେ, ଏହି ବିଷୟ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ରହିଛି, ତେଣୁ ସତ୍ୟ ବାହାରକୁ ଆସିବା ଉଚିତ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ନିଜେ ଜାଣନ୍ତି ନାହିଁ ଯେ ଏଲିଅନ୍ ପ୍ରକୃତରେ ଅଛନ୍ତି କି ନାହିଁ । ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ବୟାନ ଏହି ପ୍ରସଙ୍ଗକୁ ଆହୁରି ଉଷ୍ମ କରିଛି । ପ୍ରଶ୍ନ ଉଠୁଛି ଯେ, ଏଲିଅନ୍ ସହ ଜଡିତ ସବୁଠାରୁ ବଡ଼ ରହସ୍ୟ ପ୍ରକାଶ ହେବାକୁ ଯାଉଛି କି ?

 

ପୂର୍ବରୁ UFO ରିପୋର୍ଟ ପ୍ରକାଶ ପାଇଛି- UFO ବା ଅଜଣା ଉଡ଼ନ୍ତା ବସ୍ତୁ ବିଷୟରେ ଆଲୋଚନା ନୂଆ ନୁହେଁ । ୨୦୨୭ ମସିହାରେ, ଆମେରିକାର ନୌସେନାର ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଆକାଶରେ ଅଦ୍ଭୁତ ବସ୍ତୁ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ, ୨୦୨୨ ମସିହାରେ ଆମେରିକାର କଂଗ୍ରେସରେ ପ୍ରଥମ UFO ଶୁଣାଣି ହୋଇଥିଲା । ଏହି ଘଟଣାଗୁଡ଼ିକ ସାଧାରଣ ଲୋକଙ୍କ କୌତୁହଳକୁ ଆହୁରି ବଢ଼ାଇ ଦେଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହାର ସ୍ପଷ୍ଟ ଉତ୍ତର ମିଳିପାରିନାହିଁ । ଆମେରିକାର ପ୍ରତିରକ୍ଷା ବିଭାଗ ୟୁଏଫଓ ସମ୍ବନ୍ଧିତ ମାମଲାଗୁଡ଼ିକର ତଦନ୍ତ ପାଇଁ ୨୦୨୨ ମସିହାରେ ଏଏଆରଓ ନାମକ ଏକ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିଥିଲା । ଅଧିକାରୀମାନେ କହିଛନ୍ତି ଯେ, ଏଲିଅନ କିମ୍ବା ସେମାନଙ୍କର ପ୍ରଯୁକ୍ତିବିଦ୍ୟାର କୌଣସି ନିର୍ଣ୍ଣାୟକ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ଅଧିକାଂଶ କ୍ଷେତ୍ରରେ, ଦେଖାଯାଇଥିବା ବସ୍ତୁଗୁଡ଼ିକ ଡ୍ରୋନ୍, ବେଲୁନ୍ କିମ୍ବା ଅନ୍ୟାନ୍ୟ ସାଧାରଣ ବସ୍ତୁ ବୋଲି ଜଣାପଡିଛି ।

​​​​​​​କ’ଣ ଏଲିଅନ୍ ଅଛନ୍ତି ? ଟ୍ରମ୍ପ କହିଛନ୍ତି ଯେ, ସେ ଜାଣନ୍ତି ନାହିଁ ଯେ ଏଲିଏନ୍ ପ୍ରକୃତରେ ଅଛନ୍ତି କି ନାହିଁ । ସେ କହିଛନ୍ତି ଯେ ଅନେକ ଲୋକ ଏଲିଅନ୍ ଉପରେ ବିଶ୍ୱାସ କରନ୍ତି, କିନ୍ତୁ ସେ କେବେ ସେମାନଙ୍କ ଉପରେ ମତାମତ ଦେଇ ନାହାଁନ୍ତି । ଏହି ସମୟରେ, ବାରାକ ଓବାମା କହିଛନ୍ତି ଯେ, ତାଙ୍କ ପାଖରେ ଏଲିଅନ୍ ପୃଥିବୀ ପରିଦର୍ଶନ କରିଥିବାର କୌଣସି ପ୍ରମାଣ ନାହିଁ, କିନ୍ତୁ ବ୍ରହ୍ମାଣ୍ଡ ଏତେ ବିଶାଳ ଯେ କୌଣସି ସ୍ଥାନରେ ଜୀବନ ରହିବାର ସମ୍ଭାବନା ଅଛି ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ 'ବୋର୍ଡ ଅଫ୍ ପିସ୍'ର ପ୍ରଥମ ମିଟିଂ, ସଦସ୍ୟତା ନୁହେଁ ପର୍ଯ୍ୟବେକ୍ଷକ ଭାବେ ନଜର ରଖଛି ଭାରତ

ରିପୋର୍ଟ କ’ଣ ସାମ୍ନାକୁ ଆସିଛି- ୨୦୨୪ ମସିହାର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୪୮୫ଟି UFO ଭଳି ଘଟଣା ରିପୋର୍ଟ କରାଯାଇଥିଲା । ଏଥିମଧ୍ୟରୁ ୧୧୮ଟି ଘଟଣାରେ ସେଗୁଡ଼ିକୁ ବେଲୁନ୍ କିମ୍ବା ଡ୍ରୋନ୍ ଭଳି ସାଧାରଣ ବସ୍ତୁ ବୋଲି ଜଣାପଡ଼ିଥିଲା । ବାକି ମାମଲାର ତଦନ୍ତ ଏବେ ବି ଚାଲିଛି । ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ଏଲିଅନ୍ଙ୍କ ଅସ୍ତିତ୍ୱର କୌଣସି ପ୍ରମାଣ ମିଳିନାହିଁ ।