ସମ୍ବଲପୁର,୧୨/୦୭: ଉପରମୁଣ୍ଡରେ ବର୍ଷା ସ୍ଥିତି ନଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ହ୍ରାସ ପାଉଛି । ଫଳରେ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବା ବେଳେ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ଜଳଭଣ୍ଡାର ୮ଟି ସ୍ଲୁଇସ୍ ଗେଟ୍‌କ ବନ୍ଦ ରହିଥିବା ବେଳେ ମାତ୍ର ୨ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଅଧିକ ପଢ଼ନ୍ତୁ :-  ବ୍ରହ୍ମପୁରରେ ପୁଣି ଭାଇଗିରି; ବନ୍ଦ କୋଠରୀରେ ଯୁବକଙ୍କୁ ମାଡ଼ ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ

ମିଳିଥିବା ସୂଚନା ଅନୁସାରେ, ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୧.୫୪ ଫୁଟ ରହିଥିବା ବେଳେ ଏହା କ୍ରମଶଃ ହ୍ରାସ ପାଉଛି । ଉପରମୁଣ୍ଡରୁ ପ୍ରତି ସେକେଣ୍ଡ୍ରେ ମାତ୍ର ୬୦ ହଜାର ୪୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସ୍ପିଲୱେ, ପାୱାର କେନାଲ, ଶାସନ ଓ ବରଗଡ କେନାଲ ମାଧ୍ୟମରେ ମୋଟ୍ ୭୩ ହାଜର ୭୮୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । କେବଳ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ପ୍ରାୟ ୪୫ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଛି । ଆଉଟ୍-ଫ୍ଲୋ ପରିମାଣ ଇନ୍‌ଫ୍ଳୋଠାରୁ ଅଧିକ ରହିଥିବାରୁ ଜଳଭଣ୍ଡାର ଜଳସ୍ତର କ୍ରାମଶଃ ହ୍ରାସ୍ ପାଇବାରେ ଲାଗିଛି ।

୯ ତାରିଖ ପୂର୍ବାହ୍ନରେ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା । ସେତେବେଳେ ଜଳଭଣ୍ଡାର ସ୍ତର ପ୍ରାୟ ୬୧୫ ଫୁଟ୍ ଥିଲା । ପୂର୍ବାହ୍ନ ୧୧ଟାରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇଥିଲା । ପରେ ସଂଧ୍ୟା ସୁଦ୍ଧା ଆଉ ୬ଟି ଗେଟ୍କୁ ମିଶାଇ ମୋଟ୍ ୧୦ ଗେଟ୍ରେ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଜଳସ୍ତର ବୃଦ୍ଧି ପାଉଥିବାରୁ ସେକେଣ୍ଡ୍ ପିଚ୍ଛା ପ୍ରାୟ ଦେଢ଼ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଥିଲା । ପରେ ଇନ୍‌ଫ୍ଳୋକୁ ଦେଖି ଗେଟ୍ ସଂଖ୍ୟା ହ୍ରାସ କରାଯାଇଛି । ଅନ୍ୟପଟେ ନଦୀବନ୍ଧରୁ ନିଷ୍କାସିତ ହୋଇଥିବା ବର୍ଷର ପ୍ରଥମ ବନ୍ୟାଜଳ ଶନିବାର ଅପରାହ୍ନରେ ମୁଣ୍ଡୁଳିରେ ପହଞ୍ଚିଥିଲା।