ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

୨୫୦ ବର୍ଷ ପରେ ଆମେରିକାକୁ ମିଳିବ ଅଫିସିଆଲି ଭାଷା , ଏକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି ଟ୍ରମ୍ପ

Published By : Prameya | February 28, 2025 10:16 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଶପଥ ନେବା ପର ଠାରୁ ହିଁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପରେ ଗୋଟିଏ ଆକ୍ରମଣାତ୍ମକ ନିଷ୍ପତ୍ତି ନେଇ ଟ୍ରମ୍ପ ଅନେକ ଥର ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ମଧ୍ୟରେ ଏବେ ଟ୍ରମ୍ପ ଖୁବ୍‌ ଶୀଘ୍ର ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇ ପାରନ୍ତି। 

ହ୍ୱାଇଟ୍‌ ହାଉସ୍‌ର ଆଭ୍ୟନ୍ତରୀଣ ସୂତ୍ରାନୁସାରେ , ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଂରାଜୀକୁ ଆମେରିକାର ଅଫିସିଆଲି ଭାଷା କରି ପାରନ୍ତି। ଟ୍ରମ୍ପ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଶୀଘ୍ର ଏକ ଆଦେଶ ଉପରେ ଦସ୍ତକ୍ଷତ କରିବାକୁ ପ୍ରସ୍ତୁତିରେ ଅଛନ୍ତି। ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ମୁତାବିକ, ଯଦି ଟ୍ରମ୍ପ ଏହି କାର୍ଯ୍ୟକାରୀ ଆଦେଶକୁ ପାରିତ କରନ୍ତି ତ, ଏହା ଆମେରିକୀୟ ଭାଷା ନୀତିରେ ଏକ ବଡ଼ ପଦକ୍ଷେପ ହେବ। 

କହି ରଖୁଛୁ କି , ଆମେରିକାର ୨୫୦ ବର୍ଷର ଇତିହାସରେ କେବେ ବି ସଂଘୀୟ ସ୍ତର ଉପରେ ଅଫିସିଆଲି ରାଷ୍ଟ୍ରୀୟ ଭାଷା ସ୍ଥାପିତ କରାଯାଇ ନାହିଁ। ଏହା ପୂର୍ବରୁ ମଧ୍ୟ ରିପବ୍ଲିକାନ ସାଂସଦମାନେ ଅନେକ ଥର ଇଂରାଜୀକୁ ଅଫିସିଆଲି ଭାଶା ଘୋଷଣା କରୁଥିବା ଆଇନ ପାରିତ କରିବାକୁ ଚେଷ୍ଟା କରିଛନ୍ତି ,ହେଲେ ସେ କେବେ ସଫଳ ହୋଇ ପାରି ନାହାନ୍ତି। ହେଲେ ଆମେରିକାର ଅନେକ ରାଜ୍ୟରେ ଇଂରାଜୀକୁ ଅଫିସିଆଲି ଭାଷାର ମାନ୍ୟତା ମିଳି ଯାଇଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ବେଳେ ଟ୍ରମ୍ପ ଆମେରିକାରେ ଦ୍ୱିତୀୟ ଭାଷାର ବ୍ୟବହାରର ଆଲୋଚନା କରି ସାରିଛନ୍ତି। ଗତ ବର୍ଷ ଏକ କଞ୍ଜର୍ଭେଟିଭ୍‌ ପଲିଟିକାଲ ଆକ୍ସନ କନଫ୍ରେନ୍ସରେ ଟ୍ରମ୍ପ କହିଥିଲେ, ଆମ ଦେଶରେ ବହୁତ ଭାଷା ଆସି ସାରିଛି। ଏହା ସବୁଠୁ ଅଜବ କଥା ଯେ, କିଛି ଏମିତି ଭାଷା ମଧ୍ୟ ଅଛି, ଯାହା ବିଷୟରେ ଏହି ଦେଶରେ କେହି ବି ଶୁଣି ନାହାନ୍ତି। ଏହା ଖୁବ୍ ଭୟାନକ କଥା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.