ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବୁଗଡା ପାଙ୍ଗିଡି ଗାଁରେ ଟିୟୁସନ୍ ଶିକ୍ଷକଙ୍କୁ ଗୁଳିମାଡ; କାରଣ ଅସ୍ପଷ୍ଟ

Published By : Bijay Swain | May 15, 2025 11:49 PM

ଭଞ୍ଜନଗର,୧୫/୫: ଗଞ୍ଜାମ ଜିଲ୍ଲା ପୁଲିସ ଏବେ ଜିଲ୍ଲା ରେ ବ୍ୟାପକ ଚଢାଉ କରି ବିଭିନ୍ନ ସ୍ଥାନରୁ ବିପୁଳ ମାତ୍ରାରେ ପିସ୍ତଲ୍ ଓ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଅଭିଯୋଗରେ ବହୁ ଯୁବକଙ୍କୁ ଗିରଫ କରିଛି। ତେବେ ଜିଲ୍ଲାରେ ଏବେ ବି କଥା କଥାକେ ପିସ୍ତଲ୍ ଗର୍ଜୁଥିବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। 

ଗୁରୁବାର ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡି ଗାଁରେ ଜଣେ ଟିୟୁସନ୍ ଶିକ୍ଷକ ଘର ବାରଣ୍ଡାରେ ଟିୟୁସନ୍ କରୁଥିବା ବେଳେ ଜଣେ ମୁଖା ପିନ୍ଧା ଦୁବୃର୍ତ୍ତ ହଠାତ୍ ସଂପୃକ୍ତ ଟିୟୁସନ୍ ଶିକ୍ଷକଙ୍କ ଉପରକୁ ଗୁଳି ମାଡ କରି ତତକ୍ଷଣାତ୍ ଫେରାର ହୋଇଯାଇଥିଲା। ଅପରପକ୍ଷରେ ଗୁରୁତର ଆହତ ଶିକ୍ଷକଙ୍କୁ ପ୍ରଥମେ ବୁଗୁଡ଼ା ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଟିୟୁସନ୍ ଶିକ୍ଷକ ଙ୍କ ନାମ ସନ୍ତୋଷ କୁମାର ପାତ୍ର ଓ ଗୁଳିଟି ତାଙ୍କର ଡାହାଣ କାନ୍ଧରେ ବାଜିଥିବା ଜଣାପଡିଛି। ତେବେ ଗୁଳିମାଡ଼ ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.