ନୂଆଦିଲ୍ଲୀ,୨୮/୦୯: ତାମିଲନାଡୁ କୁରର୍ ଏକ କଳା ଇତାହାସରେ ରହିଛି । ତାମିଲଗା ଭେଟ୍ରି କାଝଗମ ଦଳର ମୁଖ୍ୟ ତଥା ସାଉଥ ସିନେ ସୁପରଷ୍ଟାର ଥାଲାପତି ବିଜୟଙ୍କ ଥାଲାପତିଙ୍କ ରାଲିରେ ଦଳାଚକଟା ହୋଇଛି । ୩୯ ଜଣଙ୍କର ଜୀବନ ଯାଇଛି । ୫୦ରୁ ଅଧିକ ଆହତ । ୨ଜଣ ଭେଣ୍ଟିଲେଟରରେ ଅଛନ୍ତି । ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଅଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା । ଅଘଟଣ ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ବିଜୟ । ସେ ଅସହ୍ୟ ଯନ୍ତ୍ରଣାରେ ଥିବା କଥା କହିଛନ୍ତି ।
ସୋସିଆଲ ମଡିଆ ଏକ୍ସରେ ସେ କହିଛନ୍ତି,"ମୋ ହୃଦୟ ଭାଙ୍ଗି ଯାଇଛି । ମୁଁ ଅସହ୍ୟ, ଅବର୍ଣ୍ଣନୀୟ ଯନ୍ତ୍ରଣା ଏବଂ ଦୁଃଖରେ ଛଟପଟ ହେଉଛି । ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । କରୁରରେ ପ୍ରାଣ ହରାଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କ ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ଜଣାଉଛି। ହସ୍ପିଟାଲରେ ଚିକିତ୍ସା ହେଉଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । "
ତାମିଲନାଡୁର କରୁର୍ରେ ଅଭିନେତା ତଥା ତାମିଲଗା ଭେଟ୍ରି କାଝଗମ ଦଳର ମୁଖ୍ୟ ବିଜୟ ଶନିବାର ଏକ ରାଜନୈତିକ ରାଲି କରିଥିଲେ । ଏଥିରେ ଲକ୍ଷ ଲକ୍ଷ ଲୋକ ଏକାଠୀ ହୋଇଥିଲେ । ବିଜୟ ମଞ୍ଚ ଉପରେ ଭାଷଣ ଦେଉଥିଲେ । ଏହାରି ଭିତରେ ଘଟିଯାଏ ଅଘଟଣ । ଭିଡ ଭିତରେ ଆରମ୍ଭ ହୁଏ ଠେଲାପେଲା । ଆଉ ଭୟଙ୍କର ଦଳାଚଟକାରେ ଚାପି ହୋଇଯାଏ ଜୀବନ । ରାଲିରେ ହୋଇଥିବା ଜନସମୁଦ୍ର ଭିତରେ ପଶିଥିବା ଆମ୍ବୁଲାନ୍ସ । ଅସମ୍ଭାଳ ଭିଡ ଭିତରେ ଆର୍ତ୍ତ ଚିତ୍କାର । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଅଞ୍ଚଳ । ହସ୍ପିଟାଲରେ ହାହାକାର ସ୍ଥିତି । କୋଳରେ କୁନି ଝିଅକୁ ଧରି କାନ୍ଧୁଛି ବାପା । କେଉଁଠି ପୁଅ ଶବ ପାଖେ ମୁଣ୍ଡପିଟୁଛି ମାଆ । ଏ ଦୃଶ୍ୟ ଦେଶକୁ ଦୋହଲାଇ ଦେଇଛି । ସାଉଥ ସିନେ ସୁପରଷ୍ଟାର ବିଜୟ ଥାଲାପତିଙ୍କ ରାଲିରେ ଦଳାଚକଟାରେ ୩୯ ଜଣଙ୍କର ଜୀବନ ଯାଇଛି । ୫୦ରୁ ଅଧିକ ଆହତ । ୨ ଜଣ ଭେଣ୍ଟିଲେଟରରେ ଅଛନ୍ତି । ମୃତକଙ୍କ ଭିତରେ ୮ ଜଣ ଛୋଟ ପିଲା ଓ ୧୬ ଜଣ ମହିଳା ଅଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ।