ଭୁବନେଶ୍ୱର ,୨୩/୦୧: ବିକଟାଳ ଶବ୍ଦ କରୁଥିବା ଗାଡ଼ି ଉପରେ ଟ୍ରାଫିକ ପୁଲିସର ନଜର । ସରକରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡ଼ରେ ଟୁଇନ୍ସିଟି କମିଶନରେଟ ପୁଲିସ । ବୁଧବାରଠୁ ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜଧାନୀର ବିଭିନ୍ନ ଛକରେ ଚଢ଼ାଉ ବିକଟାଳ ଶବ୍ଦ କରୁଥିବା ଗାଡ଼ି ଗୁଡିକୁ ଅଟକାଇ ସାଇଲେନ୍ସର ଖୋଲାଯାଇ ଜରିମାନା ଆଦାୟ କରାଯାଇଥିଲା ।
ଆଜିର ଯୁବପିଢ଼ି ନିଜେ ଖୁସି ମନେଇବା ପାଇଁ ବାଇକରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଛନ୍ତି । ଫଳରେ ରାସ୍ତାରେ ଯାଉଥିବା ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ କିଛି ବାଇକରେ ବାଣ ଫୁଟିବା ଭଳି ଶବ୍ଦ ହେଉଛି । ଏହାକୁ ରୋକ ଲଗାଇବାକୁ କମିସନରେଟ ପୁଲିସ ଚଢ଼ାଉ ଆରମ୍ଭ କରିଛି । ବିଭିନ୍ସ ସ୍ଥାନରେ ଚଢ଼ଉ କରାଯାଇ ଏକାଧିକ ବାଇକ୍ ଜବତ କରଯାଇଥିବା ସୂଚନା ମିଳିଛି।
ସେପଟେ କଟକରେ ବସ୍ଗୁଡ଼ିକ ରାସ୍ତାଘାଟରେ କାନଫଟା ହର୍ଣ୍ଣ ବଜାଉଛନ୍ତି । ବିକଟାଳ ଶଦ୍ଦ କଲା ଭଳି ହର୍ଣ୍ଣ ବଜାଇ ରାସ୍ତାଘାଟରେ ପଥଚାରୀ ଓ ସର୍ବସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି । ତେବେ ଶଦ୍ଦ ପ୍ରଦୂଷଣ କରୁଥିବା ତଥା ଅତି ଉଚ୍ଚ ସ୍ୱରରେ ମଲଟି ଟୋନ୍ ହର୍ଣ୍ଣ ଲଗାଇଥିବା ଯାନବାହନ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି କଟକ କମିସନରେଟ୍ ଟ୍ରାଫିକ୍ ପୁଲିସ୍ ଧରପଗଡ଼ କରିଛି। ଏହି ଧରପଗଡ଼ ସମୟରେ ୧୨୦ରୁ ଅଧିକ ବସ୍ ଅଟକାଇ ଯାଞ୍ଚ୍ କରିବା ମଧ୍ୟରେ ୮୫ଟି ବସ୍ରୁ ପୁଲିସ୍ ମଲ୍ଟି ଟୋନ୍ ହର୍ଣ୍ଣ ଲାଗିଥିବାର କର୍ମଚାରୀମାନେ ଜାଣିବାକୁ ପାଇଥିଲା । ଉକ୍ତ ୮୫ଟି ଯାକ ଗାଡ଼ିରୁ ପୁଲିସ୍ ମଲଟି ହର୍ଣ୍ଣ ଖୋଲି ଥିବାର ସୂଚନା ମିଳିଛି । ତେବେ ମୋଟର ଯାନ ଆଇନ୍ ଉଲ୍ଲଂଘନ କରିଥିବା ବସ୍ଗୁଡ଼ିକରୁ ୫ ଶହ ଟଙ୍କା ଲେଖାଏଁ ପୁଲିସ୍ ଜରିମାନା ଆଦାୟ କରିଛି ।