ପ୍ରମୂଖ ଖବର
  • ମୃତ୍ୟୁ ସହ ରାଇଘର ନର୍ସିଂ ଛାତ୍ରୀଙ୍କ ସଂଘର୍ଷ, ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର, ମୁଖ୍ୟ ଅଭିଯୁକ୍ତ ଦଶପଲ୍ଲାରୁ ଗିରଫ
  • ||
  • ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି, ମୌସୁମୀ ଜନିତ ବର୍ଷା ମୃତ୍ୟୁ ସଂଖ୍ୟା ୨୩୪କୁ ବୃଦ୍ଧି, ପଞ୍ଜାବ ପ୍ରଦେଶ ସର୍ବାଧିକ ପ୍ରଭାବିତ
  • ||
  • ବ୍ରିଟେନରେ ପିଏମ୍ ମୋଦି, ଭାରତ-UK ଏଫ୍‌ଟିଏରେ ବାଜିବ ମୋହର, ଦ୍ୱିପାକ୍ଷିକ କାରବାର ୨.୯୭ ଲକ୍ଷ କୋଟି ଛୁଇଁବା ଆଶା
  • ||
  • ଓଡ଼ିଶା ଇତିହାସରେ ପ୍ରଥମ: ଡାର୍କୱେବ୍‌ରେ ୟୁରୋପରୁ ମଗାଇଥିଲା ଡ୍ରଗ୍ସ, ମୈତ୍ରୀବିହାରରୁ ଇଂଜିନିୟରିଂ ଛାତ୍ର ଗିରଫ
  • ||
  • ଚିତାଲାଗି ଅମାବାସ୍ୟା: ଆଜି ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା, ଅପରାହ୍ଣ ସାଢ଼େ ୨ଟାରୁ ଦର୍ଶନ କଟକଣା
  • ||
  • ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦୋକାନକୁ ଯାଇଥିବା ବେଳେ ୨ ନାବାଳିକାଙ୍କୁ ଅପହରଣ

Published By : Suraj Kumar | July 23, 2025 11:23 PM

କରଞ୍ଜିଆ , ୨୩।୭ :  ଘର ପାଖ ଦୋକାନକୁ ଯାଇଥିବା ବେଳେ ଦୁଇ ନାବାଳିକାକୁ ଅପହରଣ ।  ଏଭଳି ଏକ ଘଟଣା ଘଟିଛି କରଞ୍ଜିଆ ଥାନା ଅଧୀନ ଏକ ଗାଁରେ  । ବୁଧବାର ଅପରାହ୍ନରେ ଦୁଇ ନାବାଳିକା ପାଖ ଦୋକାନକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ଅପହରଣକାରୀ ମାନେ ନାବାଳିକାଙ୍କ ପରିବାରକୁ ଭିଡିଓ କଲ୍ କରିଥିଲେ। କମ୍ ଲୋକ ଆସିଲେ ଆମେ ନାବାଳିକା ଦ୍ୱୟଙ୍କୁ ଛାଡ଼ି ଦେବୁ  ବୋଲି କହିଥିଲେ। ଅପହୃତ ନାବାଳିକା ଦୁଇଜଣଙ୍କ ପରିବାର ପକ୍ଷରୁ  କରଞ୍ଜିଆ ଥାନାରେ ଏ ନେଇ  ଏତଲା ଦିଆଯାଇଛି।  ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସର ଉଦ୍ୟମ  ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.