ସୁନ୍ଦରଗଡ଼,୧୯/୭ : ପୋଲିସ ଭ୍ୟାନ୍ ଧକ୍କାରେ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ । ଲେଫ୍ରିପଡ଼ା ଥାନା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁସାରେ, ଏକ ବାଇକରେ ତିନି ଜଣ ଯୁବକ ଯାଉଥିବାବେଳେ ଛଟେନପାଲି ନିକଟରେ ସାମ୍ନାରୁ ଆସୁଥିବା ଲେଫ୍ରିପଡ଼ା ଥାନାର ପୁଲିସ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତରକୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ସହ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ।