ନୂଆଦିଲ୍ଲୀ: ଭୋଜପୁରୀ ଫିଲ୍ମ ଜଗତର ବେଶ ଜଣାଶୁଣା ଅଭିନେତା ହେଉଛନ୍ତି ଖେସାରୀ ଲାଲ୍ ଯାଦବ । ତାଙ୍କ ସହ ଅଭିନେତ୍ରୀ ଅଞ୍ଜନା ସିଂହ ମଧ୍ୟ ଘରେ ଘରେ ପରିଚିତ । ତେବେ ଭୋଜପୁରୀ ଫିଲ୍ମ ଜଗତର ଏହି ଷ୍ଟାରଙ୍କ ମଧ୍ୟରେ ନିକଟରେ ବିବାଦ ଦେଖିବାକୁ ମିଳିଥିଲା । ଏକ ପୋଡକାଷ୍ଟରେ ଅଞ୍ଜନା ଖେସାରୀଙ୍କୁ ନେଇ ଦେଇଥିବା ପ୍ରତିକ୍ରିୟାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଯାହାକୁ ନେଇ ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସମାନେ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି । ତେବେ ଏହି ବିବାଦ ଭିତରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି ଅଞ୍ଜନା । ଯେଉଁ ଫଟୋ ଏବେ ବେଶ ଭାଇରାଲ ହେବାରା ଲାଗିଛି ।

ଅଞ୍ଜନା ସୋସିଆଲ ମିଡିଆରେ ଏକ ସ୍ବାଗରେ ଫଟୋ ପୋଷ୍ଟ କରିଛନ୍ତି । ତାଙ୍କର ଏଭଳି ସ୍ବାଗ ଅନ୍ଦାଜକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଥିବାବେଳେ ଏଥିରେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ସେ ଷ୍ଟାଇଲିସ ଜିନ୍ସ ସହ ଟିସାର୍ଟ ପିନ୍ଧି ରାସ୍ତା ବସିଥିବାର ଫଟୋ ପୋଷ୍ଟ କରିଛନ୍ତି । ତେବେ ତାଙ୍କର ଆତ୍ମବିଶ୍ବାସଭରା ଫଟୋକୁ ଫ୍ୟାନ୍ସମାନେ ଅଧିକ ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି ।

ଭାଇରାଲ ହେଉଥିବା ଫଟୋ ଗୁଡ଼ିକ ମଧ୍ୟରେ ଦେଖାଯାଉଛି କି, ସେ ବେଶ ସାଧାରଣ ରହିଛନ୍ତି । କୌଣସି ଗାଁ ଅଞ୍ଚଳର ରାସ୍ତାରେ ବସିଛନ୍ତି । ବେଶ ଖୁସିର ସହ ଏକ ଷ୍ଟିଲ୍ ଗ୍ଲାସ ଧରିଥିବାବେଳେ ଚା’ ପିଉଛନ୍ତି । ଏହାସହ ସେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି । ଯାହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି କି, ତୁମ ଜୀବନ ଜିଇଁ ନିଅ ସେରନି ।

ଏହି ସମୟରେ ଅଭିନେତା କେସାରୀ ଲାଲ୍ ଯାଦବଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ଅଞ୍ଜନା ସିଂହଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଓ ଚର୍ଚ୍ଚା ସୃଷ୍ଟି କରିଛି। ବିବାଦର ସିଧାସଳଖ ପ୍ରଭାବ ନଥିଲେ ମଧ୍ୟ ତାଙ୍କ ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମହଲରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି। ଯେତେ ବିବାଦ ହେଲେ ମଧ୍ୟ, ଅଞ୍ଜନା ସିଂହ ନିଜର ଗ୍ଲାମରସ୍ ଲୁକ୍ ଏବଂ ଅନ୍ଦାଜ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଫଟୋଗୁଡ଼ିକରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସେ ନିଜ କାମ ଓ ବ୍ୟକ୍ତିଗତ ଜୀବନକୁ ନେଇ କେତେ ସତର୍କ ।

ଏହାସହ ପଢ଼ନ୍ତୁ: ଡେବ୍ୟୁ ଫିଲ୍ମରେ ଜାତୀୟ ପୁରସ୍କାର, ସଚନାଙ୍କ ଭାବବିହ୍ବଳ ପୋଷ୍ଟ