ପ୍ରମୂଖ ଖବର
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

​‌ଖେଳୁଥିବା ବେଳେ ଦୁଇ ଭଉଣୀ ପଡିଗଲେ ପୋଖରୀରେ , ପାଣିରେ ବୁଡି ଚାଲିଗଲା ଉଭୟଙ୍କ ଜୀବନ

Published By : Prameya | April 15, 2025 4:04 PM

ଜଳେଶ୍ବର,୧୫।୪ : ଘର ପାଖରେ ଖେଳୁଥିବା ବେଳେ ପୋଖରୀରେ ପଡିଗଲେ ୨ ଭଉଣୀ। ପାଣିରେ ବୁଡି ୨ ଭଉଣୀଙ୍କ ଚାଲିଗଲା ଜୀବନ।  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି ।  ମୃତ ୨ ଭଉଣୀ ହେଲେ ସେକ ତାଇରୁଦ୍ଦିନ ଏବଂ ସେକ ନଜିମଉଦ୍ଦିନଙ୍କ ଦୁଇ ନାବାଳିକା ଝିଅ। ଉଭୟଙ୍କ ବୟସ ୬ ବର୍ଷ ହେବ। 

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକରେ ସେକ ତାଇରୁଦ୍ଦିନ ଏବଂ ସେକ ନଜିମଉଦ୍ଦିନ ଦୁଇ ଭାଇ ରୁହନ୍ତି। ଉଭୟଙ୍କ ଦୁଇ ଝିଅ ଘର ପାଖରେ ଖେଳୁଥିଲେ। ପରିବାର ଲୋକଙ୍କ ଅଜାଣତରେ ଘର ପଛ ପାଖରେ ଥିବା ଗଡ଼ିଆରେ ସେମାନେ ବୁଡି ଯାଇଥିଲେ। ୨ ଝିଅକୁ ନ ପାଇ ପରିବାର ଲୋକ ଖୋଜାଖୋଜି କରିଥିଲେ।  ଦୁଇ ଭଉଣୀଙ୍କ ପାଣିରେ ଭାସୁଥିବା ଦେଖି  ପରିବାର ଲୋକ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.