ନୂଆଦିଲ୍ଲୀ,୧୦।୧୦: ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଛି। ତେବେ ଏହି ଯୁଦ୍ଧ ସରିବାର ସମ୍ଭାବନା କେଉଁଠି ଦେଖିବାକୁ ମିଳୁନି। ଏହା ଭିତରେ ୟୁକ୍ରେନ୍ ସଂସଦ ଚଳିତ ବର୍ଷ ସାଧାରଣ ଜନତା, କମ୍ପାନୀ ଓ ବ୍ୟାଙ୍କ ଉପରେ ଟ୍ୟାକ୍ସ ବଢାଇବା ପାଇଁ ଏକ ଆଇନକୁ ମଞ୍ଜୁରୀ ଦେଇଛି। ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ୍ର ଏହି ପଦକ୍ଷେପ ସାମରିକ ଓ ପ୍ରତିରକ୍ଷା ଆବଶ୍ୟକତାକୁ ପୁରା କରିବା ପାଇଁ ନିଆଯାଇଛି। ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ସାଂସଦ ୟାରୋସ୍ଲାଭ ଜେଲେଜନ୍ୟାକ୍ ଟେଲିଗ୍ରାମ୍କୁ କହିଛନ୍ତି, ଗୁରୁବାର ସାଂସଦମାନେ ଏହି ଟ୍ୟାକ୍ସ ବିଲ୍କୁ ସମର୍ଥନ କରିଛନ୍ତି।
ସାଂସଦ କହିଛନ୍ତି, ପ୍ରାୟ ୨୪୭ ଜଣ ସାଂସଦ ଏହାର ସପକ୍ଷରେ ମତଦାନ କରିଛନ୍ତି। ଏହା ପୂର୍ବରୁ ଜେଲେନସ୍କିଙ୍କ ସରକାର ୨୦୨୪ ବଜେଟ୍ ଉପରେ ଆଇନରେ ସଂଶୋଧନ କରି ଜୁଲାଇରେ ସେନା ଖର୍ଚ୍ଚରେ ୫୦୦ ବିଲିୟନ ରେନଭିଆକୁ ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଟ୍ୟାକ୍ସ ବଢିବା ପରେ ପ୍ରତିରକ୍ଷା ବଜେଟ୍କୁ ପୁରା କରିବାରେ ସମସ୍ୟା ଆସିପାରେ। ଗତ ମାସ ସୀକୃତ ଏହି ବିଲ୍ରେ ଟ୍ୟାକ୍ସକୁ ଚଳିତ ବର୍ଷ ୫୮ ବିଲିୟନ ରେନଭିଆ ଓ ୨୦୨୫ ରେ ୧୩୭ ବିଲିୟନ ରେନଭିଆ ବୃଦ୍ଧି କରିବା କଥା କୁହାଯାଇଥିଲା।
ଉଲ୍ଲେଖନୀୟ ଯେ, ଋଷ ୨୪ ଫେବୃଆରୀ ୨୦୨୨ ରେ ୟୁକ୍ରେନର ସହକର ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଋଷ ସୈନିକ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି ଓ କିଛି ସପ୍ତାହରେ ୟୁକ୍ରେନ୍ର ବଡ ଅଞ୍ଚଳକୁ କବଜା କରିନେଇଛି ଓ କିଭ୍ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ତେବେ ତାଙ୍କୁ ପ୍ରାୟ ସବୁ ସ୍ଥାନରେ ମଜବୁତ ୟୁକ୍ରେନ୍ ପ୍ରତିରୋଧର ସାମନା କରିବାକୁ ପଡିଛି। ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚିତ୍ର ନାକଟକୀୟ ରୂପରେ ବଦଳି ଯାଇଥିଲା ଓ କିଭ୍ ଉପରେ କବଜା କରିବାରେ ବିଫଳ ହେବାପରେ, ଋଷ ଉତ୍ତରରୁ ସମ୍ପୂର୍ଣ୍ଣ ଭାବରେ ପଛରୁ ହଟିଯାଇଥିଲା। ଆଗାମୀ ମାସ ୟୁକ୍ରେନ୍ ସେନା ଦକ୍ଷିଣ ସହର ଖେରସାନ ଉପରେ ପୁଣିଥରେ କବଜା କରିନେଇଛି। ସେବେଠାରୁ ଲଢେଇ ମୁଖ୍ୟତ ୟୁକ୍ରେନ୍ର ପୂର୍ବ ଭାଗରେ ଚାଲିଛି, ଯେଉଁଠି ଋଷ ସେନା ଧିରେ ଧିରେ ନିଜର ସ୍ଥିତି ମଜବୁତ କରୁଛି। ଯୁଦ୍ଧ ଆରମ୍ଭ ହେବାପରେ ଅତି କମ୍ରେ ୫୦ ହଜାର ଋଷ ସୈନିକଙ୍କ ମୃତ୍ୟୁ ହୋଇସାରିଛି। ସେଭଳି ଦୁଇ ଦେଶର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି।