ମୁମ୍ୱାଇ : ଅଭିନେତା ଏଜାଜ୍‌ ଖାନଙ୍କ ଶୋ ହାଉସ୍‌ ଆରେଷ୍ଟ ଏହି ସମୟରେ ବିବାଦକୁ ଆସିଛି , ଯେବେ ଶୋ’ର ଅନେକ ଅଶ୍ଳୀଳ କ୍ଲିପ୍ସ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଶୋ ଉଲ୍ଲୁ ଆପ୍‌ରେ ପ୍ରସାରିତ ହେଉଥିଲା। ଶୋ’କୁ ନେଇ ଜୋରଦାର ବିବାଦ ପରେ ଏବେ ଉଲ୍ଲୁ ଆପ୍‌ ଏହି ଶୋ’ର ସବୁ ଏପିସୋଡ୍‌କୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଶୋ’ର ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା ଏଥିରେ ଏଜାଜ ଖାନ୍‌ ପ୍ରତିଯୋଗୀଙ୍କର ପୋଷାକ ଓହ୍ଲାଇବା , ସେକ୍ସ ପୋଜିସନ ଦେଖାଇବା ଭଳି ଟାକ୍ସ ଦେବା ନଜର ଆସୁଥିଲେ।

ଏଜାଜ ଖାନଙ୍କ ଶୋ’ର ଭିଡ଼ିଓ ଭାଇରାଲ ହେବା ପରେ ଏବଂ ଏହାକୁ ନେଇ ବିବାଦକୁ ଦେଖି ଶୁକ୍ରବାର ରାଷ୍ଟ୍ରୀୟ ମହିଳା ଆୟୋଗ ଏଜାଜ ଖାନ ଓ ଉଲ୍ଲୁ ଆପ୍‌ର ସିଇଓଙ୍କୁ ସ୍ୱତଃ ଧ୍ୟାନକୁ ନେଇ ସମନ ପଠାଇ ଥିଲା। ରାଷ୍ଟ୍ରୀୟ ମହିଳା ଆୟୋଗ ୯ ମଇରେ ଦୁହିଁଙ୍କୁ ହାଜର ହେବାକୁ କହିଥିଲା। ଏହି ମଧ୍ୟରେ ଉଲ୍ଲୁ ଆପ୍‌ରୁ ବିବାଦିତ ଶୋ'’ ସବୁ ଏପିସୋଡ୍‌କୁ ହଟାଇ ଦିଆଯାଇଛି। 

 ଏଜାଜ ଖାନଙ୍କ ଶୋ ହାଉସ୍ ଆରେଷ୍ଟ ୧୧ ଅପ୍ରେଲରୁ ଉଲ୍ଲୁ ଆପ୍‌ ରେ ପ୍ରସାରିତ ହେଉଥିଲା। ରିପୋର୍ଟ ଅନୁସାରେ , ଏଜାଜ୍‌ ଖାନଙ୍କ ବିରୋଧରେ ଏଫଆଇଆର୍‌ ମଧ୍ୟ ରୁଜୁ ହୋଇଛି। ଏହି ପୂରା ମାମଲାରେ ଏବେସୁଦ୍ଧା ଏଜାଜ ଖାନ ଓ ମେକର୍ସଙ୍କୁ କୌଣସି ରିଆକ୍ସନ ଆସି ନାହିଁ।

 ଏଜାଜ ଖାନଙ୍କ କଥା ଯଦି କହିବା ତ ଏହା ପ୍ରଥମ ଥର ନୁହେଁ, ଯେବେ ସେ କୌଣସି ବିବାଦରେ ଫସି ରହିଛନ୍ତି। ଏଜାଜ ଖାନ ଏହା ପୂର୍ବରୁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେବେ ସେ ଡ୍ରଗ୍ସ କେସ୍‌ରେ ଜେଲ୍‌ରେ ଥିଲେ। ଏଜାଜ ଖାନ୍‌ ବିଗ ବସ୍‌ -୭ର ସଦସ୍ୟ ବି ରହି ସାରିଛନ୍ତି । ବିଗ୍‌ ବସ୍‌-୭ରେ ଏଜାଜ୍ ଖାନ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଥିଲେ।