ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବଢ଼ିଲା ଶେଖ୍‌ ହସିନାଙ୍କ ଅଡ଼ୁଆ, ଜୁନ୍‌ ୨୪ ସୁଦ୍ଧା ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

Published By : Tapas Panda | June 20, 2025 5:38 PM

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଚି । ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହସିନାଙ୍କୁ ଜୁନ୍ ୨୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରିବ୍ୟୁନାଲ୍‌ରେ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ, ହତ୍ୟା ଏବଂ ଗଣହତ୍ୟା ଭଳି ଗମ୍ଭୀର ଅଭିଯୋଗର ମାମଲା ବିଚାରାଧୀନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜୁଲାଇ ୨୦୨୪ରେ ବାଂଲାଦେଶରେ ଛାତ୍ର ବିଦ୍ରୋହ ସମୟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ରହିଛି। 

ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ ଏବଂ ତତ୍କାଳୀନ ପୋଲିସ ମହାନିରୀକ୍ଷକ (ଆଇଜିପି) ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ମଧ୍ୟ ଏହି ମାମଲାରେ ସହ-ଅଭିଯୁକ୍ତ କରାଯାଇଛି। ଅବଦୁଲ୍ଲା ଅଲ-ମାମୁନଙ୍କୁ ପୂର୍ବରୁ ଗିରଫ କରାଯାଇ ଟ୍ରିବ୍ୟୁନାଲ୍‌ରେ ହାଜର କରାଯାଇଥିବା ବେଳେ ହସିନା ଏବଂ ଅସଦୁଜ୍ଜମାନ ଫେରାର୍ ଥିବା କୁହାଯାଉଛି। କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଜୁନ୍ ୨୪ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଯଦି ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ହାଜର ନ ହୁଅନ୍ତି, ତେବେ କୋର୍ଟ ସେମାନଙ୍କ ଅନୁପସ୍ଥିତିରେ ଶୁଣାଣି ଜାରି ରଖିବେ।

ପ୍ରସିକ୍ୟୁସନ୍ ଟ୍ରିବ୍ୟୁନାଲ୍‌କୁ ସୂଚନା ଦେଇଛି ଯେ, ଶେଖ୍ ହସିନା ଦେଶ ଛାଡି ଭାରତ ଚାଲିଯାଇଛନ୍ତି ଏବଂ ସେଠାରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶ ପୁଲିସ ଢାକାରେ ହସିନାଙ୍କ ବାସଭବନ ସମେତ ଅନେକ ସମ୍ଭାବ୍ୟ ସ୍ଥାନରେ ତଲାସି ଅଭିଯାନ ଚଳାଇଥିଲା, କିନ୍ତୁ ତାଙ୍କୁ କୌଣସି ସ୍ଥାନରେ ତାଙ୍କୁ ପାଇନଥିଲା। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ ମଧ୍ୟ ଏକ ଅଜ୍ଞାତ ସ୍ଥାନରେ ଲୁଚି ରହିଥିବା କୁହାଯାଉଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇପାରିନାହିଁ। 

ମାମଲାର ଗମ୍ଭୀରତାକୁ ବିଚାର କରି କୋର୍ଟ ଜଣେ ଆମିକସ୍ କ୍ୟୁରି (ଅଦାଲତର ବନ୍ଧୁ)ଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି । ଯିଏ ଟ୍ରିବ୍ୟୁନାଲ୍‌ର ଆଇନଗତ ପ୍ରକ୍ରିୟାରେ ନିରପେକ୍ଷ ମାର୍ଗଦର୍ଶନ ଦେବେ। ଏହି ନିର୍ଦ୍ଦେଶ ଗତ ସୋମବାର ଟ୍ରିବ୍ୟୁନାଲ୍ ଦ୍ୱାରା ଘୋଷଣା କରାଯାଇଥିଲା । ଏହି ସମୟରେ, ଶେଖ୍ ହସିନାଙ୍କ ବିରୁଦ୍ଧରେ କୋର୍ଟ ଅବମାନନାର ଆଉ ଏକ ମାମଲା ମଧ୍ୟ ଦାୟର କରାଯାଇଛି । ଯେଉଁଥିରେ ତାଙ୍କୁ କୋର୍ଟର ଅବମାନନା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଏଡାଇବାର ଅଭିଯୋଗ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.