ନୂଆଦିଲ୍ଲୀ,୨୭/୦୧: ଯଦି ଆପଣ ଆଜି କୌଣସି ସରକାରୀ ବ୍ୟାଙ୍କକୁ କୌଣସି କାମ ପାଇଁ ଯିବାକୁ ଭାବୁଛନ୍ତି ତେବେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଦେଶବ୍ୟାପୀ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଆଜି ଆନ୍ଦୋଳନ । ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ । ଲାଗାତାର ତୃତୀୟ ଦିନ ପାଇଁ ସରକାରୀ ବ୍ୟଙ୍କ ସେବା ପ୍ରଭାବିତ ହେବାକୁ ଯାଇଛି । ଧର୍ମଘଟ ଡାକରା ପ୍ରଭାବରେ ନଗଦ ଟଙ୍କା ଜମା, ଚେକ୍ କ୍ଲିୟରାନ୍ସଠୁ ନେଇ ଏଟିଏମ ଯାଏ କାମ ପ୍ରଭାବିତ ହେବ । ଉପଭୋକ୍ତାଙ୍କୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଧର୍ମଘଟ ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସମେତ ଅନେକ ସରକାରୀ ବ୍ୟାଙ୍କ ଶାଖାରେ ନଗଗ ଟଙ୍କା ଜମା, ଚେକ୍ କ୍ଲିୟରାନ୍ସ ଏବଂ ଅନ୍ୟାନ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦେଶରେ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି । ୫ ଦିନିଆ କାର୍ଯ୍ୟ ସପ୍ତାହ ତୁରନ୍ତ ଲାଗୁ କରିବା ଦାବିରେ ୟୁନାଇଟେଡ୍ ଅଫ୍ ବ୍ୟାଙ୍କ ୟୁନିୟନ ଏହି ଧର୍ମଘଟ କରିଛି ।
ଧର୍ମଘଟକୁ ନେଇ ଏସବିଆଇ ବିବୃତ୍ତି- ଜାନୁଆରୀ ୨୩ ତାରିଖରେ ମୁଖ୍ୟ ଶ୍ରମ କମିଶନରଙ୍କ ସହ ଏକ ସମାଧାନ ବୈଠକ ଫଳଶୂନ୍ୟ ରହିବା ପରେ ୯ଟି ୟୁନିୟନ ମଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିୟନରେ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ସାମିଲ । ଜାନୁଆରୀ ୨୫ (ରବିବାର) ଏବଂ ୨୬ରେ (ଗଣତନ୍ତ୍ର ଦିବସ ) ପାଇଁ ବ୍ୟାଙ୍କ ବନ୍ଦ ଥିଲା । ତେଣୁ ଆସି ଧର୍ମଘଟ ପାଇଁ ଲାଗାତାର ତୃତୀୟ ଦିନ ଶାଖା ସ୍ତରୀୟ ସେବା ପ୍ରଭାବିତ ହେବ । ଏସବିଆଇ ସମେତ ଅନେକ ସରକାରୀ ବ୍ୟାଙ୍କ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛନ୍ତି । ଏସବିଆଇ କହିଛି ଯେ ଧର୍ମଘଟ ଦିନ ଶାଖା ଏବଂ କାର୍ଯ୍ୟାଳୟଗୁଡିକର ସାଧାରଣ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଧର୍ମଘଟ ଯୋଗୁଁ କାର୍ଯ୍ୟ ପ୍ରଭାବିତ ହୋଇପାରେ ।
ଏହା ବି ପଢନ୍ତୁ...ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ଜିପ୍-କଣ୍ଟେନର ମୁହାଁମୁହିଁ ଧକ୍କା , ୪ ମୃତ
ବ୍ୟାଙ୍କ ୟୁନିୟନର ଦାବି- ୟୁନିୟନଗୁଡ଼ିକ ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବାକୁ ଦାବି କରୁଛନ୍ତି । ମାର୍ଚ୍ଚ ୨୦୨୪ରେ ଆଇବିଏ ସହିତ ଦ୍ୱାଦଶ ଦ୍ୱିପାକ୍ଷିକ ଚୁକ୍ତିନାମାରେ ଏହି ଦାବି ସହମତ ହୋଇଥିବା ଜଣାପଡିଛି । କିନ୍ତୁ ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି । ବର୍ତ୍ତମାନ ପ୍ରତି ମାସର ପ୍ରତମ, ତୃତୀୟ ଏବଂ ପଞ୍ଚମ ଶନିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିଥାଏ । ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ୍ ଆସୋସିଏସନ ମହାସଚିବ ସିଏଚ ଭେଙ୍କଟଚଲମ୍ କହିଛନ୍ତି, ଆଲୋଚନା ସତ୍ତ୍ୱେ ଆମ ଦାବି ସମ୍ପର୍କରେ କୌଣସି ପ୍ରତିଷ୍ରୁତି ମିଳିନାହିଁ ତେଣୁ ଆମେ ଧର୍ମଘଟ କରିବାକୁ ବାଧ୍ୟ ହେବୁ ।
'ଆନ୍ଦୋଳନ ଗ୍ରାହକଙ୍କ ବିରୋଧରେ ନୁହେଁ'- ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ ମହାସଚିବ ରୂପମ ରାୟ କହିଛନ୍ତି, ମାର୍ଚ୍ଚ ୨୦୨୪ରେ ମଞ୍ଜୁରୀ ସଂଶୋଧନ ଚୁକ୍ତିନାମା ସମୟରେ, ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ ଏବଂ ୟୁଏଫବିୟୁ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଏହା ଦୁର୍ଭାଗ୍ୟଜନକ ଯେ ସରକାର ଆମର ନ୍ୟାୟସଙ୍ଗତ ଦାବି ପ୍ରତି କର୍ଣ୍ଣପାକ କରୁନାହାନ୍ତି । ଫଳରେ କାର୍ଯ୍ଯ ସମୟରେ କୌଣସି କ୍ଷତି ହେବନାହିଁ । କାରଣ ଆମେ ସୋମବାରରୁ ଶୁକ୍ରବାର ଦୈନିକ ଅତିରିକ୍ତ ୪୦ ମିନିଟ୍ କାମ କରିବାକୁ ରାଜି ।