ଜଲଗାଓଁ,୧।୧: ମହାରାଷ୍ଟ୍ରର ଜଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହିଂସାତ୍ମକ ରୂପ ନେଇଛି। ବିବାଦ ଏଭଳି ହୋଇଥିଲା ଯେ, ଦେଖୁ ଦେଖୁ ଟେକା ପଥର ମାଡ଼ ନିଆଁ ଲଗାଇବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ସହରରେ କର୍ଫୁ ଜାରି କରିଛି। ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା। ଯେତେବେଳେ ଉତ୍ତର ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଏକ ଗାଁରେ ରାଜ୍ୟର ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ କାର ଚାଳକ ଓ ସ୍ଥାନୀୟ ନିବାସୀଙ୍କ ଗୋଷ୍ଠୀ ଭିତରେ ହର୍ନ ବଜାଇବାକୁ ନେଇ ବିବାଦ ହୋଇଥିଲା।
ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଲଥି ଗାଁରେ ହିଂସାକାଣ୍ଡ ବେଳେ ବହୁ ଦୋକାନରେ ନିଆଁ ଲଗାଇ ଦିଆଯାଇଛି। ସାର୍ବଜନୀକ ସମ୍ପତ୍ତିକୁ କ୍ଷତି କରାଯାଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇ ସାରିଛି। ଅଧିକାରୀ କହିଛନ୍ତି କସାଇଭାଡାରେ ରାଜ୍ୟର ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ କାରର ଚାଳକ ଓ ସ୍ଥାନୀୟ ଳୋକଙ୍କ ଏକ ଗୋଷ୍ଠୀ ଭିତରେ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଡ୍ରାଇଭର ହର୍ନ ବଜାଇ ରାସ୍ତା ଦେବାକୁ କହିଥିଲେ।
ଶିବସେନା ନେତା ଓ ଜଳ ଯୋଗାଣ ମନ୍ତ୍ରୀ ସେ ଖୁବ୍ ପାଟିଲ ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ। କିନ୍ତୁ ତାଙ୍କ ପରିବାରର ଜଣେ ସଦସ୍ୟ କାର ଭିତରେ ଥିଲେ। ସେ କହିଛନ୍ତି ଯଦିଓ ବିବାଦ ଶୀଘ୍ର ସରି ଯାଇଥିଲା କିନ୍ତୁ ପରେ କିଛି ଲୋକ ସେଠାରେ ପହଁଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ କିଛି ଲୋକ ଗୋଷ୍ଠୀ ହୋଇ ଆସିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ବିବାବ। ଟେକା ପଥର ମାଡ଼ ସହ ଭଙ୍ଗାରୁଜା ଓ ଦୋକାନରେ ଲଗାଇ ଦେଇଥିଲେ ନିଆଁ।