ନୂଆଦିଲ୍ଲୀ: ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ କ୍ଲିନ୍ ସୁଇପ ପରେ ଆଜିଠୁ ଇଂଲଣ୍ଡ ବିପକ୍ଷ ମଇଦାନକୁ ଓହ୍ଲାଇବ ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରିନଥିଲେ ୧୫ ବର୍ଷୟ ବୈଭବ ସୂର୍ଯ୍ୟବଂଶୀ । ଯାହାକୁ ନେଇ ଅନେକ ସମାଲୋଚନା ମଧ୍ୟ କରାଯାଉଛି । ଆଉ ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ରେ ଡେବ୍ୟୁ କରିପାରନ୍ତି ବୋଲି ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କିନ୍ତୁ ନେଟ୍ସରେ ଗର୍ଜିଛି ବୈଭବଙ୍କ ବ୍ୟାଟ୍ ।
ଷ୍ଟାର ସ୍ପୋର୍ଟ ଦ୍ବାରା ସେୟାର କରାଯାଇଛି ଏକ ଭିଡିଓ । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅଭ୍ୟାସ ସମୟରେ ବୈଭବ ବିସ୍ଫୋରକ ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ସେ ବଡ଼ ବଡ଼ ସଟ୍ ମାରିବା ସହ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରୁଥିବା ନଜର ଆସିଛନ୍ତି । ଯେଉଁ ଭିଡିଓକୁ ୟୁଜର୍ସମାନେ ବହୁ ମାତ୍ରାରେ ସେୟାର କରୁଥିବାବେଳେ ଦଳରେ ବୈଭବଙ୍କୁ ସୁଯୋଗ ଦିଆଯାଉ ବୋଲି କମେଣ୍ଟ କରିବା ଆରମ୍ଭ କରିଛନ୍ତି ।
ଆୟାର୍ଲାଣ୍ଡ ବିପକ୍ଷ ଟି-୨୦ରେ ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଖରାପ ପ୍ରଦର୍ଶନ କରିଥିଲେ । ଯାହାକି ମ୍ୟାଚ ପରାଜୟର ଏକ ବଡ଼ କାରଣ କୁହାଯାଉଥିବାବେଳେ ବୈଭବଙ୍କ ଉପରେ ଅଧିକ ଭରସା ରଖିଛନ୍ତି ଫ୍ୟାନ୍ସ । କେବଳ ଭାରତ ନୁହେଁ ସାରା ବିଶ୍ବ ବୈଭବଙ୍କ ଡେବ୍ୟୁ ଦେଖିବା ପାଇଁ ଚାହିଁ ବସିଛି । ଏଯାବତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିନାହାନ୍ତି ବୈଭବ । କିନ୍ତୁ ଆଇପିଏଲ ଏବଂ ଶ୍ରୀଲଙ୍କାରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏଣୁ ତାଙ୍କର ଡେବ୍ୟୁ ଉପରେ ସାରା ବିଶ୍ବର ନଜର ରହିଛି ।
ଏହାସହ ପଢ଼ନ୍ତୁ : ‘ଭାଣିଜୀ ସହ ଖରାପ ସମ୍ପର୍କ ରଖିଥିଲେ ପୂଜକ, ମାରିଦେଲି’