ଭୁବନେଶ୍ଵର, ୧/୭ : ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା। ନୂଆ ବହି ଦେବେ ସରକାର। ପିଲା ସଂଶୋଧିତ ପୁସ୍ତକରେ ପାଠ ପଢିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ ତିରୁମାଲା ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ। ଗଣଶିକ୍ଷ ବିଭାଗର ୱେବସାଇଟରେ ପ୍ରକାଶ କରାଯିବ। ସମ୍ପୂର୍ଣ୍ଣ ସଂଶୋଧନ ପରେ ସରକାର ନୂଆ ବହି ଯୋଗାଇ ଦେବେ। ଯଥାଶୀଘ୍ର ନୂଆ ବହି ଯୋଗାଇଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ପୁରୁଣା କମିଟି ସହ ନୂଆ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀମକୁ ମଧ୍ୟ ସାମିଲ କରାଯାଇଛି। 

ଗଣଶିକ୍ଷା ସଚିବ କହିଛନ୍ତି ଯେ, ତ୍ରୁଟିର ଏବେ ତର୍ଜମା ଚାଲିଛି। ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ ଡିଇଓମାନଙ୍କୁ ଦିଆଯାଇଥିବା ସଂଶୋଧିତ ତକୁ ନେଇ ପାଠ ପଢାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ। SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତ ତ୍ରୁଟି ଉପରେ ତର୍ଜମା କରୁଛନ୍ତି। ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ଆଲୋଚନା ହେଉଛି ସେତିକି ତ୍ରୁଟି ନାହିଁ। କିଛି ଶବ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା ହେଉଛି। ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ।

ଆହୁରି ପଢନ୍ତୁ- ତେଜୁଛି ବହି ରାଜନୀତି, ବଦନାମ ହେଉଛନ୍ତି ସରକାର; ପିଲାଙ୍କ ପଢ଼ାକୁ ନେଇ ଗଣଶିକ୍ଷା ବିଭାଗର ନାହିଁ ତତ୍ପରତା