ନୂଆଦିଲ୍ଲୀ,୨୩/୦୪; ରାଜସ୍ଥାନ ରୟାଲ୍ସ ୟଙ୍ଗ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ । ବ୍ୟାଟରେ ବିସ୍ଫୋରଣ କରୁଛନ୍ତି । ବୟସ ମାତ୍ର ୧୫ ବର୍ଷ । ମହାନ୍ ବୋଲରଙ୍କୁ ପାଣି ପିଆଉଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଏବେ ଆଇପିଏଲ ଖେଳୁଛନ୍ତି । ବଡ଼ ବଡ଼ ପ୍ଲେୟାରଙ୍କ ସହ ବସୁଛନ୍ତି । ଶ୍ରେଷ୍ଠ ବ୍ୟାଟରଙ୍କ ସହ ଖେଳୁଛନ୍ତି । କିନ୍ତୁ ଏହା ତାଙ୍କର ଅଭ୍ୟାସକୁ ବଦଳାଇ ପାରିନାହିଁ, ଯାହା କେବଳ ତାଙ୍କର କାହାଣୀ ନୁହେଁ ବରଂ ପ୍ରତ୍ୟେକ ଘରର ପିଲାର କାହାଣୀ । ତାଙ୍କ ପିଲାଳିଆମି ଏବେ ବି ଯାଇନାହିଁ । ତାଙ୍କର ଏକ ହାବିଟ୍ ରହିଛି ଯାହାକୁ ସେ ପ୍ରତି ମ୍ୟାଚ ପୂର୍ବରୁ କରିଥାନ୍ତି । ବୈଭବଙ୍କର ସେହି ଅଭ୍ୟାସ ହେଉଛି କାର୍ଟୁନ ଦେଖିବା । ପ୍ରତି ମ୍ୟାଚ ପୂର୍ବରୁ ସେ କାର୍ଟୁନ ଦେଖନ୍ତି । ଗତକାଲି ଲକ୍ଷ୍ନୌ ବିପକ୍ଷ ମ୍ୟାଚ ପରେ ସେ ଏହି ଖୁଲାସା କରିଛନ୍ତି । ସେ କାର୍ଟୁନ ଦେଖିବାକୁ ଏବେ ବି ଭଲପାଆନ୍ତି । 

​​​​​​​ଲକ୍ଷ୍ନୌ ବିପକ୍ଷ ମ୍ୟାଚ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର କାର୍ଟୁନ ଦେଖିବା ଅଭ୍ୟାସ ବିଷୟରେ କହିଥିଲେ । ତାଙ୍କୁ ପଚରାଯାଇଥିଲା, "ଯେଉଁ ବୟସରେ ପିଲାମାନେ କାର୍ଟୁନ ଦେଖନ୍ତି, ସେହି ବୟସରେ ଆପଣ ବୋଲରଙ୍କ କାର୍ଟୁନ ଆଙ୍କୁଛନ୍ତି । ଏହା କିପରି କର ?  ମନରେ କ'ଣ ଚାଲେ  ?" ଏହି ପ୍ରଶ୍ନର ଉତ୍ତରରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉତ୍ତର ଆଶ୍ଚର୍ଯ୍ୟଜନକ ଥିଲା। ସେ କହିଥିଲେ ଯେ, ତାଙ୍କ ମନରେ କିଛି ଚାଲେ ନାହିଁ । ଆଜି ମଧ୍ୟ, ସେ ପ୍ରତ୍ୟେକ ମ୍ୟାଚ୍ ପୂର୍ବରୁ କାର୍ଟୁନ ଦେଖନ୍ତି । ମୋର କାର୍ଟୁନ ଦେଖିବାର ଅଭ୍ୟାସ ଅଛି । କିନ୍ତୁ ମୁଖ୍ୟ ଧ୍ୟାନ ମ୍ୟାଚ୍ ଉପରେ ଥାଏ । "

ଏହା ବି ପଢନ୍ତ...IPL 2026; ଦ୍ରୁତ ୫୦୦ ରନ୍ ପୂରଣରେ ବିସ୍ମୟ ବୈଭବଙ୍କ ରେକର୍ଡ, ଏହି କମ୍ବିଦନ୍ତୀଙ୍କୁ ପଛରେ ପକାଇଲେ  

କାର୍ଟୁନ ପ୍ରତି ତାଙ୍କର ଭଲ ପାଇବା ବିଷୟରେ କହିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ରେ ଖରାପ ଥିଲା । ମୋହସିନ୍ ଖାନ ତାଙ୍କ ଉପରେ ମେଡେନ୍ ବୋଲିଂ କରି ତାଙ୍କର ୱିକେଟ୍ ନେଇଥିବା ପ୍ରଥମ ଆଇପିଏଲ୍ ବୋଲର ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀ ମ୍ୟାଚ୍‌ରେ ୧୧ଟି ବଲରେ ମାତ୍ର ୮ ରନ୍ କରିଥିଲେ । ଅରେଞ୍ଜ କ୍ୟାପ୍ ଦୌଡ଼ରେ ରହିଛନ୍ତି ସୂର୍ଯ୍ୟବଂଶୀ । ଚଳିତ ସିଜିନ ରେ ରାଜସ୍ଥାନର ସବୁଠାରୁ ସଫଳ ବ୍ୟାଟର ବୈଭବ । ସେ ୭ ଇନିଂସରେ ୨୫୨ ରନ କରିଛନ୍ତି, ଯେଉଁଥିରେ ୨ ଟି ଅର୍ଦ୍ଧଶତକରୁ ଅଧିକ ସ୍କୋର ରହିଛି ।