ବାଉଁଶୁଣୀ, ୩୦।୬ :  ବୌଦ୍ଧ ବ୍ଲକ ବାଉଁଶୁଣୀ ଛକ ଡିମିରି ପାଲି ସ୍ଥିତ ଦୁର୍ଗା ମଣ୍ଡପ ଠାରେ ହୋଇଥିବା ମାଉସୀ ମା' ମନ୍ଦିରରେ ଶ୍ରୀ ଜଗନ୍ନାଥ ବରାହ ଅବତାର ବେଶ  ଧାରଣ କରିଛନ୍ତି।  ମାଉସୀ ମା' ମନ୍ଦିରରେ  ଶ୍ରୀ ବଳଭଦ୍ରଙ୍କ ବଳରାମ ଓ ଶ୍ରୀ ଜଗନ୍ନାଥଙ୍କ ବରାହ ଅବତାର ଅନୁଷ୍ଠିତ ହୋଇଛି l  ସେବାୟତ ତଥା ବେଶକାରୀମାନେ ସନ୍ଧ୍ୟାରେ ଠାକୁରମାନଙ୍କୁ ଅବତାର ବେଶରେ ସଜ୍ଜିତ କରିଥିଲେ । ଠାକୁରମାନେ ବଳରାମ ଓ ବରାହ ଅବତାରରେ  ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଅବତାର ଦେଖିବା ପାଇଁ ମାଉସୀ ମା' ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି l ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।