କଟକ,୧୦/୧୨; ବାରବାଟୀ ଷ୍ଟାଡିୟମରେ ବରୁଣ ଚକ୍ରବର୍ତ୍ତୀ । ଭାରତୀୟ କ୍ରିକେଟ ଟିମର ସ୍ପିନର ବରୁଣ ଆଜି ସକାଳୁ ସକାଳୁ ବାରବାଟୀ ଆସି ନେଟ୍ ଅଭ୍ୟାସ କରିଛନ୍ତି । ସକାଳ ସାଢେ଼ ଆଠଟା ପାଖାପାଖି ବରୁଣ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚି ଥିଲେ । ଏକ ଘଣ୍ଟା ପାଖାପାଖି ସେ ନେଟ୍ ପ୍ରାକ୍ଟ୍ରିସ କରିଥିଲେ ।

ଆସନ୍ତାକାଲି(ଗୁରୁବାର) ଚଣ୍ଡୀଗଡ ଠାରେ ଟି-ଟ୍ୱେଣ୍ଟି ସିରିଜର ଦ୍ଵିତୀୟ ମ୍ୟାଚ ଖେଳାଯିବ । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟୀ ମ୍ୟାଚରେ ବରୁଣ ୩ ଓଭରରେ ଦୁଇଟି ୱିକେଟ ନେବାରେ ସଫଳ ହୋଇଥିଲେ । ଫେରେଇରା ଏବଂ ଜାନସନଙ୍କୁ ଚକ୍ରବିହ୍ୟୁରେ ଫସାଇଥିଲେ ବରୁଣ । ଗୋଟିଏ ମେଡେନ୍ ଓଭର ନେଇଥିଲେ । ମାତ୍ର ୧୯ ରନ ଦେଇ ଥିଲେ ବରୁଣ ।

ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲର ଦେଲେ ସଫଳତା । ଆସନ୍ତାବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଓଡ଼ିଶା ମାଟିରୁ ବିଜୟ ଅଭିଯାନ ଆରମ୍ଭ ହୋଇଛି । ବାରବାଟୀରେ ଭାରତର ପରାଜୟ ଧାରା ଭାଙ୍ଗିଛି । ଆସନ୍ତା ୧୧ ତାରିଖରେ ନ୍ୟୁ ଚଣ୍ଡିଗଡରେ ଖେଳାଯିବ ଦ୍ୱିତୀୟ ଟ୍ୱେଣ୍ଟି । ପ୍ରଥମ ଟି-ଟ୍ୱେଣ୍ଟି ଜିତିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଆଗୁଆ କରିବାକୁ  ପ୍ରାୟସ କରିବ ଭାରତ । ସେହିପରି ଭ୍ରମଣକାରୀ ଦଳ ସିରିଜ ବରାବର କରିବାକୁ ମୈଦାନକୁ ଓହ୍ଲାଇବ ।