ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାତ୍ରପୁର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ ଘଟଣା, ତଦନ୍ତ କଲା ୪ ଜଣିଆ ଟିମ୍

Published By : prameya | March 19, 2025 1:17 PM

ପାତ୍ରପୁର,୧୯/୦୩: ପିଡ଼ିଏସ ଲାଇସେନ୍ସ ନବୀକରଣ ପାଇଁ ପାତ୍ରପୁର ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ବେଳର ଭିଡ଼ିଓ ଭାଇରାଲ ଘଟଣା। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପାତ୍ରପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ  କରିଛି ୪ଜଣିଆ କମିଟି ସଦସ୍ୟ । ସହକାରୀ ଜିଲ୍ଲାପାଳ ସୁଭସ୍ମିତା ମିଶ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ସକଳେଶ୍ୱର ଦାସ,ପାତ୍ରପଣର ବିଡ଼ିଓ ଲକ୍ଷ୍ମଣ ସୋରେନ ଏବଂ ପାତ୍ରପୁର ତହସିଲଦାର ବିଶ୍ୱରଂଜନ କଂହର ପ୍ରମୁଖ ଏହି ତଦନ୍ତ ଟିମରେ ଉପସ୍ଥିତ ରହି ଜଣ ଜଣ କରି ସମସ୍ତଙ୍କ ବୟାନ ରେକର୍ଡ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ- ୫୧ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ଆରମ୍ଭ, ୧୧ହଜାର ୮ଶହ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ

ତଦନ୍ତ କମିଟି ପ୍ରଥମେ ଆମୁଣ୍ଡି ଗ୍ରାମରେ ପିଡ଼ିଏସ ବଣ୍ଟନ କରୁଥିବା ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ରିତା ମହାନ୍ତିଙ୍କ ବୟାନ ରେକର୍ଡ କରିଥିଲେ । ବୟାନରେ ରିତା ମହାନ୍ତି କହିଛନ୍ତି ଯେ, ଦୀର୍ଘ ୧୭ ବର୍ଷ ହେଲା ପିଡ଼ିଏସ ବଣ୍ଟନ କରୁଛି। ଏଥିସହ  ଲାଇସେନ୍ସ ନବୀକରଣ ପାଇଁ ଯୋଗାଣ ନିରୀକ୍ଷକ କେବେ ତାଙ୍କୁ ଲାଞ୍ଚ କିମ୍ବା କୌଣସି ପଇସା ମାଗିନଥିବା କହିଛନ୍ତି ।ଏହାପରେ ପାତ୍ରପୁର ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସଚିନ କୁମାର ରଣାଙ୍କ ବୟାନ ରେକର୍ଡ ବେଳେ ତାଙ୍କୁ ଯୋଗାଣ ନିରୀକ୍ଷକ ପିଡ଼ିଏସ ଲାଇସେନ୍ସ ନବୀକରଣ ପାଇଁ ୧୫୦୦ ଟଙ୍କା ଦେଇଥିବା କହିଥିଲେ। 

ଭାଇରାଲ ଭିଡ଼ିଓରେ ଅଭିଯୋଗ ଆଣିଥିବା ବଲିସରାମପୁର ପାଣ୍ଡୁରଙ୍ଗା-ଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ବି.ରେଣୁକା ଓ ସମ୍ପାଦିକା ଆସି ଭାନୁମତିଙ୍କୁ ପୃଥକ ପୃଥକ ଭାବେ ପଚାରାଯାଇଥିଲା । ସେମାନେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଯୋଗାଣ ନିରୀକ୍ଷକଙ୍କୁ ୩୦୦୦ ଟଙ୍କା ଦେଇଥିବା କହିଥିଲେ । ତଦନ୍ତ କମିଟି ଉପରୋକ୍ତ ୪ଜଣଙ୍କ ଲିଖିତ ବୟାନ ମାଗି ନେଇଥିଲେ । ପାଣ୍ଡୁରଙ୍ଗା-ଏ ସ୍ୱୟଂ ସହାୟକ ଗୋଷ୍ଠୀର ଉଭୟ ସଭାପତି ଓ ସମ୍ପାଦକ ତେଲୁଗୁ ଭାଷାଭାଷୀ ହୋଇଥିବାରୁ ତଦନ୍ତ ବେଳେ ତେଲୁଗୁ ଜାଣିଥିବା କିଛି ବ୍ଲକ କର୍ମଚାରୀ ଉପସ୍ଥିତ ରହି ଓଡ଼ିଆରେ ଅନୁବାଦ କରିଥିଲେ । ତଦନ୍ତ କମିଟି ତାଙ୍କ ରିପୋର୍ଟ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ଘଟଣାକୁ ନେଇ ଏବେ ବି ଗଞ୍ଜାମ ଜିଲ୍ଲା ସାରା ଚର୍ଚ୍ଚା ଲାଗି ରହିଛି ।

ସୂଚନା ଥାଉକି, ପାତ୍ରପୁର ବ୍ଲକ ଗୁଡିପଦର ପଞ୍ଚାୟତର ବଳରାମପୁର ସ୍ଥିତ ପାଣ୍ଡୁରଙ୍ଗା-ଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପିଡ଼ିଏସ ଲାଇସେନ୍ସ ନବୀକରଣ ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ଏବଂ ଆଉ ବଳକା ୫୦୦ ଟଙ୍କା ପରେ ଆଣିକି ଦେବାକୁ ଯୋଗାଣ ନିରୀକ୍ଷକ ବଳରାମ ଜେନା ଜଣେ ବ୍ୟକ୍ତିଙ୍କ ସହ ବର୍ତ୍ତାଳାପ କରିଥିବା ଭିଡ଼ିଓ ଗତ ଦୁଇଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥଲା। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.