ନୂଆଦିଲ୍ଲୀ,୨୧।୬ : ବୟସ କେବଳ  ଏକ ସଂଖ୍ୟା। ତାହାକୁ ପ୍ରମାଣିତ କରିଛନ୍ତି ତାମିଲନାଡୁର ରାଜ୍ୟପାଳ ଆରଏନ୍ ରବି। ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିଜ ଶାରିରୀକ ଫିଟନେସ୍‌ ଓ ଏନର୍ଜୀରେ ସମସ୍ତଙ୍କୁ ଚକିତ କରିଛନ୍ତି। ଶନିବାର ସକାଳେ ମଦୁରାଇ ଓ୍ବେଲମାଲ୍‌ ଏଜୁକେସନ୍ ଇନଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଏକ  ଭବ୍ୟ ଯୋଗ ସମାରୋହରେ ୭୩ ବର୍ଷୀୟ ରାଜ୍ୟପାଳ ନା କେବଳ ଯୋଗ ଅଧିବେଶନର ନେତୃତ୍ବ ନେଇଥିଲେ, ବଂର ଏକାଥରକେ ୫୧ ପୁଶ୍‌-ଅପ୍‌ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଆୟୋଜନରେ ୧୦ ହଜାରରୁ ଅଧିକ ଛାତ୍ର ଉପସ୍ଥିତ ଥିଲେ, ଯିଏକି ଯୋଗ ପ୍ରତି ତାଙ୍କ ଉତ୍ସାହ ଓ ଭାରତ ପ୍ରତି ପ୍ରାଚୀନ ପରମ୍ପରାର ପ୍ରଚାର ପ୍ରସାର କରିବା ପାଇଁ ଆୟେଜନ କରାଯାଇଥିଲା। 

ଉଲ୍ଲେଖନୀୟ ଯେ, ରାଜ୍ୟପାଳ ରବି ଭାରତୀୟ ପୋଲିସ ସେବା(ଆଇପିଏସ୍) ଅଧିକାରୀ ମଧ୍ୟ ରହିସାରିଛନ୍ତି।  ସେ ଯୋଗ ଦିବସ ଅବସରରେ ପାରମ୍ପାରିକ ଔପଚାରିକ ପୋଷାକକୁ ଛାଡି ଟ୍ରାକସୁଟ୍‌ ପିନ୍ଧି ଯୋଗ କରିଥିଲେ। ସିଜିନ୍‌ର ଶେଷରେ ସେ ଗୋଟିଏ ଥରରେ ଲଗାତାର ୫୧ ପୁଶ-ଅପ୍‌ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଦର୍ଶକ ତାଳି ଓ ଉତ୍ସାହପୂର୍ଣ୍ଣ ସମର୍ଥନ କରିଥିଲେ ଏହା ସହ ତାଙ୍କର ସଫଳତାକୁ ମଧ୍ୟ ସ୍ବାଗତ କରିଥିଲେ। ବହୁ ଦର୍ଶକଙ୍କୁ ଏହାକୁ ବିଶ୍ବାସ କରିବା କଷ୍ଟକର ହେଉଛି ଯେ, ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି କିଭଳି ଏତେ ଶକ୍ତି ପ୍ରଦର୍ଶନ କରିପାରିବେ ? 

ଏହା ପୂର୍ବରୁ ସମାରୋହକୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ, ଯୋଗ କେବଳ ଶାରିରୀକ ବ୍ୟାୟାମ ନୁହେଁ, ବଂର ଏହା ଆତ୍ମାର ସଚେତନତା, ମାନସିକ ସ୍ପଷ୍ଟତା, ଭାବନାତ୍ମକ ସନ୍ତୁଳନ ଓ ଆଧ୍ୟାତ୍ମକ ବିକାଶର ଏକ ମାର୍ଗ। ଏହା ଭାରତର ବିଶ୍ବକୁ ଏକ ମୂଲ୍ୟବାନ ଉପହାର।’ ୨୦୧୫ ରେ ଭାରତ ପ୍ରଥମ ଥର ଜାତିସଂଘରେ ୨୧ ଜନ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ ରୂପରେ ମାନ୍ୟତା ଦେଇଥିଲା। ସେଠାରୁ ପ୍ରତିବର୍ଷ ସାରା ବିଶ୍ବରେ ଯୋଗ ପ୍ରତି ଉତ୍ସାହ ବଢିବାରେ ଲାଗିଛି। ସେ ଏହା ମଧ୍ୟ ଉଲ୍ଲେଖ କହିଛନ୍ତି ଯେ, ୨୧ ଜୁନ୍‌ ଗ୍ରୀଷ୍ମ ସଂକ୍ରାନ୍ତିର ଦିନ, ସୂର୍ଯ୍ୟଦେବଙ୍କୁ ସମର୍ପିତ, ଯାହାକି ପୃଥିବୀ ପାଇଁ ଶକ୍ତିର ସ୍ରୋତ।