ଭୁବନେଶ୍ବର, ୩୧।୩ : ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ (OPHWC)ର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର। OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ମଙ୍ଗଳବାର ୫ ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିପୁଳ ଲାଞ୍ଚ ଟଙ୍କା ସଂଗ୍ରହ କରି ନେଉଥିବା ସମ୍ପର୍କରେ ଭିଜିଲାନ୍ସ ସୂଚନା ପାଇଁ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଅଟକାଇଥିଲା । ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ବେଆଇନ ଟଙ୍କା ଜବତ କରାଯାଇଛି। ଏହା ପର ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର, ଭୁବନେଶ୍ୱର ଏବଂ ଗଞ୍ଜାମର ଭଞ୍ଜନଗରରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଚଢାଉ ବେଳେ ତାଙ୍କ ଭୁବନେଶ୍ୱର ବାସଭବନରୁ ଆହୁରି ୫ ଲକ୍ଷ ଟଙ୍କା ଜବତ ହୋଇଛି। ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ତାଙ୍କ ଭଉଣୀ ଘରୁ ପ୍ରାୟ ୭୦ଟି ୫୦୦ ଟଙ୍କାର ନୋଟ୍ ସହିତ ୨ଟି ଟ୍ରଙ୍କ ଜବତ କରାଯାଇଛି।