ବୈପାରୀଗୁଡା, ୦୮/୧୧ : ଭିଜିଲାନ୍ସ ଜାଲରେ ଡାକ୍ତର ଏବଂ ଫାର୍ମାସିଷ୍ଟ। ଲାଞ୍ଚ ନେଇ ଧରା ପଡ଼ିଲେ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଶ୍ଵଜିତ୍ ଭୂୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ କୁମାର ମହାକୁଡ଼ ଓରଫ ମିଟୁ। ଏରିଅର ବିଲ୍ କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଛି। 

ସୂଚନାନୁଯାୟୀ, ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଶ୍ଵଜିତ୍ ଭୂୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ କୁମାର ମହାକୁଡ଼ ଡାକ୍ତରଖାନାର ଜଣେ କର୍ମଚାରୀଙ୍କୁ ଏରିଅର ବିଲ୍ କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ରେଡ୍ ହ୍ୟାଣ୍ଡ୍‌ରେ ଧରିଛି। ଡାକ୍ତରଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଡାକ୍ତର ଭୂୟାଁଙ୍କ ୩ଟି ଠିକଣା ଏବଂ ଫାର୍ମାସିଷ୍ଟଙ୍କ ଗୋଟିଏ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର ଅଣାଯାଉଛି।