ଭୁବନେଶ୍ୱର, ୦୬/୦୮: ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟାରୀ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ କରିଛି ଦୁର୍ନୀତି ନିବାରଣ ଟିମ୍ । ଭୁବନେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରର ମୋଟ୍ ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଏହି ରେଡ୍‌ରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି । 

ନୟାପଲ୍ଲୀ ବେହେରା ସାହି ସ୍ଥିତ ମେଟ୍ରୋ ସିଟିରେ ୨ଟି ଫ୍ଲାଟ୍‌, ଏସପ୍ଲାନେଡ୍ ୱାନ୍ ମଲ୍‌ରେ OU-୬୩୪, ଭୁବନେଶ୍ୱର ବଳଭଦ୍ରପୁର ସ୍ଥିତ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ସମ୍ୱଲପୁର ବରେଇପାଲି ସ୍ଥିତ ତାଙ୍କ ଭଡ଼ା ଘର, ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ୱଲପୁର ସ୍ଥିତ ତାଙ୍କ ଅଫିସ ଚାମ୍ୱରରେ ଏକକାଳୀନ ରେଡ୍ ଜାରି ରହିଛି । ଭିଜିଲାନ୍ସ ଟିମ୍ ଖୋଜୁଛି ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ।