ନୂଆଦିଲ୍ଲୀ,୨୦।୯: ଅଭିନେତାରୁ ନେତା ହୋଇଥିବା ଆକ୍ଟର ବିଜୟ ପୂବର୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ପ୍ରଭାକରନ୍ର ପ୍ରଶଂସା କରି ବିବାଦର ପରିସରକୁ ଆସିଛନ୍ତି। ଦେଶରେ ରହୁଥିବା ଶ୍ରୀଲଙ୍କାର ତାମିଲଙ୍କ ସ୍ବର ଉଠାଇବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ବିଜୟ। ସେ କହିଛନ୍ତି, ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ ପୂର୍ବତନ ମୁଖ୍ୟ ପ୍ରଭାକରନ୍ ତାମିଲଙ୍କ ପାଇଁ ମା’ ସମାନ।
ନାଗାପଟିନମ୍ରେ ତାମିଝାଘ ଭେତ୍ରୀ କଝଗମ୍(ଟିଭିକେ)ର ମୁଖ୍ୟ ବିଜୟ ଏକ ସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ସେ କହିଛନ୍ତି ‘ଆମର ନାଭି ସମ୍ବଦ୍ଧି ବନ୍ଧୁ, ଇଲମ୍ ତାମିଲ , ଯିଏକି ଶ୍ରୀଲଙ୍କା କିମ୍ବା ବିଶ୍ୱର ଅନ୍ୟ ଯେଉଁ ସ୍ଥାନରେ ରହିଛନ୍ତି।ସେମାନେ ଏଭଳି ଜଣେ ନେତାଙ୍କୁ ହରାଇବା ପରେ ଖୁବ୍ ଯନ୍ତ୍ରଣାରେ ଅଛନ୍ତି। ସେ ସମସ୍ତ ତାମିଲଙ୍କୁ ମାତୃ ସ୍ନେହ ଦେଇଥିଲେ। ଆଜି ତାଙ୍କର ସ୍ବର ଉଠାଇବା ଆମର କର୍ତ୍ତବ୍ୟ।’ ଉଲ୍ଲେଖନୀୟ ଯେ, ତାମିଲନାଡୁରେ ଶ୍ରୀଲଙ୍କାର ତାମିଲଙ୍କ ପ୍ରସଙ୍ଗ ଭାବନାତ୍ମକ ଭାବରେ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଯେଉଁ ସମୟରେ ବିଜୟ ଏହି ଭାଷଣ ଦେଉଥିଲେ, ସେ ସମୟରେ ଲୋକେ ପ୍ରଭାକରନଙ୍କ ଫଟୋ ନେଇ ଠିଆ ହୋଇଥିଲେ।
ତେବେ ଏହା ପ୍ରଥମ ଥିର ନୁହେଁ ବିଜୟ ଶ୍ରୀଲଙ୍କା ତାମିଲଙ୍କ ପାଇଁ ପୂର୍ବରୁ ସମର୍ଥନ ଦେଖାଇ ସାରିଛନ୍ତି। ସେ ୨୦୦୮ ରେ ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ବିରୋଧରେ ଅନଶନରେ ବସିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ, ଶ୍ରୀଲଙ୍କାର ତାମିଲମାନଙ୍କୁ ସମର୍ଥନ କରିବା ଅର୍ଥ LTTE ପ୍ରତି ସମର୍ଥନ ନୁହେଁ, ଯାହା ଭାରତରେ ନିଷିଦ୍ଧ। ବିଜୟ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ସମସ୍ୟାର ସମାଧାନ ତାଙ୍କ ଦଳର ପ୍ରାଥମିକତା। DMK ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ,ତାଙ୍କ ଦଳ କେବଳ ଚିଠି ଲେଖି ଚୁପ୍ ରହିବ ନାହିଁ।ଏହା ସ୍ପଷ୍ଟ ଭାବରେ ପ୍ରଭାକରନଙ୍କ ପ୍ରତି ଏକ ଇଙ୍ଗିତ ଥିଲା, ଯାହାକୁ ୨୦୦୯ ମସିହାରେ ଶ୍ରୀଲଙ୍କା ସେନା ଦ୍ୱାରା ହତ୍ୟା କରାଯାଇଥିଲା। ୧୯୯୦ ଦଶକରୁ ଭାରତରେ ନିଷିଦ୍ଧ ହୋଇଥିବା LTTE, ଶ୍ରୀଲଙ୍କାରେ ଏକ ସ୍ୱାଧୀନ ତାମିଲ ରାଷ୍ଟ୍ର ପାଇଁ ଦଶନ୍ଧି ଧରି ଲଢ଼ିଥିଲା। ୧୯୯୧ ମସିହାରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ, ଭାରତ LTTEକୁ ବେଆଇନ ଘୋଷଣା କରିଥିଲା ଏବଂ ପ୍ରଭାକରନ ଏବଂ ତାଙ୍କ ଗୁପ୍ତଚର ମୁଖ୍ୟ ପୋଟ୍ଟୁ ଅମ୍ମାନଙ୍କୁ ପଳାତକ ଘୋଷଣା କରିଥିଲା।