ଭୁବନେଶ୍ୱର,୧୪/୦୩ : ବଳାତ୍କାର ହେଉ କି ଅସଦାଚରଣ । ଯୌତୁକ ନିର୍ଯାତନା ହେଉ ବା ଅପହରଣ । ମହିଳା ସମ୍ପର୍କିତ ଅପରାଧ ସବୁଥିରେ ରେକର୍ଡ ଭାଙ୍ଗିଛି କମିଶନରେଟ୍‌ ପୁଲିସ୍‌ର ଭୁବନେଶ୍ୱର ୟୁପିଡି । ୨୦୨୫ରେ ଭୁବନେଶ୍ୱର ୟୁପିଡିରେ ମହିଳା ହିଂସା ୨୦୨୪ ତୁଳନାରେ ୧୩୯% ବୃଦ୍ଧି ପାଇ ଥିବା ବେଳେ କଟକ ୟୁପିଡିରେ ଏହା ୧୧.୨% ହ୍ରାସ ପାଇଛି । ୨୦୨୫ରେ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାରେ ୧୧୫୯ ଗୋଟି ମାମଲା ରୁଜୁ ହୋଇଥିଲା । ୨୦୨୪ରେ ଭୁବନେଶ୍ୱରରେ ୟୁପିଡିରେ ୪୮୫ଟି ମାମଲା ରୁଜୁ ହୋଇଥିଲା । ୨୦୨୪ ତୁଳନାରେ ଏହା ୨୦୨୫ରେ ୧୩୯% ଅଧିକ ବୋଲି ପୁଲିସ୍‌ ରିପୋର୍ଟରେ ଉଲ୍ଲେଖ ରହିଛି ।

୨୦୨୪ରେ ରାଜଧାନୀରେ ୧୪୯ ଜଣ ବଳାତ୍କାରର ଶିକାର ହୋଇଥିବା ବେଳେ ୨୦୧ ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା । ୩୬ ଜଣ ଯୌତୁକ ନିର୍ଯାତନା, ୨୮ ଜଣ ଅଣଯୌତୁକ ନିର୍ଯାତନାର ଶିକାର ହୋଇଥିବା ବେଳେ ୧୬ ଜଣ ଯୌତୁକ ପାଇଁ ଜୀବନ ହାରିଥିଲେ । ୧୦ ଜଣ ଯୌନ ନିର୍ଯାତନା ଓ ୬ ଜଣ ସର୍ବସାଧାରଣ ସ୍ଥାନରେ ଅସଦାଚରଣର ଶିକାର ହୋଇଥିଲେ । ୨୦୨୫ରେ ଭୁବନେଶ୍ୱରରେ ମହିଳା ହିଂସା ଏତେ ବଢ଼ିଛି ଯେ ପୁଲିସ୍‌ର ଉପସ୍ଥିତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତବର୍ଷ ମହିଳା ହିଂସା ନେଇ ୧୧୫୯ଟି ଅଭିଯୋଗ ହୋଇଥିଲା । ୧୭୦ ଜଣ ବଳାତ୍କାର, ୩୬ ଜଣ ଅସଦାଚରଣ, ୩୧ ଯୌନ ନିର୍ଯାତନା, ୧୧ ସର୍ବସାଧାରଣ ସ୍ଥାନରେ ଅସଦାଚରଣ, ୪୫୧ ଜଣ ଅପହରଣର ଶିକାର ହୋଇଥିଲେ । ଯୌତୁକ ପାଇଁ ୨ ଜଣଙ୍କୁ ହତ୍ୟା କରାଯାଇଥିଲା । ଯୌତୁକ ପାଇଁ ୧୧ ଜଣ ଆତ୍ମହତ୍ୟା, ୧୧୩ ଜଣ ଯୌତୁକ ଜନିତ ନିର୍ଯାତନା ଓ ୧୭୧ ଜଣ ଅଣଯୌତୁକ ନିର୍ଯାତନାର ଶିକାର ହୋଇଥିଲେ । କଟକରେ ୟୁପିଡିରେ ମହିଳା ହିଂସା କମିଥିବା ରିପୋର୍ଟରୁ ଜଣାପଡିଛି । ୨୦୨୪ରେ ମହିଳା ହିଂସା ନେଇ ୧୨୩୧ ମାମଲା ରୁଜୁ ହୋଇଥିଲା । ୨୦୨୫ରେ ଏହି ସଂଖ୍ୟା ୧୧.୨% ହ୍ରାସ ପାଇ ୧୦୮୨ରେ ପହଞ୍ଚିଛି । ୨୦୨୪ରେ ୧୦୩ ଜଣ ବଳାତ୍କାର, ଜଣ ୩୮୫ ଅସଦାଚରଣ, ୭୨ ଜଣ ଯୌନ ନିର୍ଯାତନା, ୫୧ ଜଣ ସର୍ବସାଧାରଣ ସ୍ଥାନରେ ଅସଦାଚରଣ, ୧୪୩ ଜଣ ଅପହରଣ ଶିକାର ହୋଇଥିଲେ । ଯୌତୁକ ପାଇଁ ୪ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୩ ଜଣ ଆତ୍ମହତ୍ୟା କରିଥିଲେ । ୨୦୫ ଜଣ ଯୌତୁକ ନିର୍ଯାତନା ଓ ୧୮୯ ଜଣ ଅଣ ଯୌତୁକ ନିର୍ଯାତନା ଶିକାର ହୋଇଥିଲେ ।

୨୦୨୫ରେ ଭୁବନେଶ୍ୱର ୟୁପିଡିରେ ୮୦ ଜଣ ବଳାତ୍କାର, ୨୭୨ ଅସଦାଚରଣ, ୫୧ ଜଣ ଯୌନ ନିର୍ଯାତନା, ୧୮ ଜଣ ସର୍ବସାଧାରଣ ସ୍ଥାନରେ ଅସଦାଚରଣ, ୧୮୩ ଜଣ ଅପହରଣ ଶିକାର ହୋଇଥିଲେ । ଯୌତୁକ ପାଇଁ ୪ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୩ ଜଣ ଆତ୍ମହତ୍ୟା କରିଥିଲେ । ୧୨୯ଜଣ ଯୌତୁକ ନିର୍ଯାତନା ଓ ୨୪୧ ଜଣ ଅଣଯୌତୁକ ନିର୍ଯାତନା ଶିକାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ।  ସେହିଭଳି ୨୦୨୪ ଅପେକ୍ଷା ୨୦୨୫ରେ ନାବାଳିକା ବଳାତ୍କାର ମଧ୍ୟ ଭୁବନେଶ୍ୱରରେ ବଢ଼ିଥିଲା । ୨୦୨୪ରେ ୭୭ ଜଣ ନାବାଳିକା ବଳାତ୍କାର ଶିକାର ହୋଇଥିଲେ । ୨୦୨୫ରେ ଏହି ସଂଖ୍ୟା ୮୩ରେ ପହଞ୍ଚିଥିଲା । ପାଖାପାଖି ୭.୭% ନାବାଳିକା ବଳାତ୍କାର ବଢ଼ିଛି । କଟକ ୟୁପିଡିରେ ନାବାଳିକା ବଳାତ୍କାର କମିଛି । ୨୦୨୪ରେ କଟକରେ ୭୬ ଜଣ ନାବାଳିକା ବଳାତ୍କାର ଶିକାର ହୋଇଥିଲେ । ୨୦୨୫ରେ ଏହି ସଂଖ୍ୟା ୬୦କୁ ହ୍ରାସ ପାଇଥିଲା ।

ଏହି ଖବରଟିକୁ ପଢନ୍ତୁ- ଇଏ କେମିତିକା ମାଆ ? ୨ ଶିଶୁକନ୍ୟାଙ୍କୁ କୂଅକୁ ଫୋପାଡ଼ି କରିଦେଲା ହତ୍ୟା