ସମ୍ବଲପୁର, ୧୩/୩ : ଯେବେ ବି ମଣିଷ ଦୁଃଖରେ ପଡ଼େ କିମ୍ବା ସାମାନ୍ୟ ଝୁଣ୍ଟିପଡେ ପାଟିରୁ ବାହାରି ଆସେ ମାଆ । ମାଆ ବିଷୟ କହୁଥିଲେ ସରିବନି । ଯିଏ ଆଦରମୟୀ ସିଏ ଯେ ଏଭଳି କରିପାରେ ତାହା କେହି ମଧ୍ୟ ଶୁଣିଲେ ବିଶ୍ବାସ କରିପାରିବ ନାହିଁ । କାରଣ ଜଣେ ମାଆ ଦୁଇ ଶିଶୁକନ୍ୟାଙ୍କୁ କୂଅରେ ଫୋପାଡ଼ି ଦେଇଥିବା ଖବର ସାମ୍ନାକୁ ଆସିଛି । ସମ୍ବଲପୁର ଜିଲ୍ଲା ବାରମା ଅଞ୍ଚଳରୁ ଆସିଛି ଏଭଳି ଖବର । ସଞ୍ଜୁ ମାଡକି ନାମକ ଜଣେ ମହିଳା ତାଙ୍କ ଦୁଇ ଶିଶୁକନ୍ୟାଙ୍କୁ କୂଅରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଗୋବିନ୍ଦପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଏ ଘଟଣା ଯେ କେହି ବି ଶୁରୁଛି ସେ ଏହି ନୃଂଶସ ମାଆକୁ ନିନ୍ଦା କରୁଛି ।
ଏହାସହ ପଢ଼ନ୍ତୁ : ଏହି କାରଣରୁ ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର ହର୍ଷିତ ରାଣା