ମୁମ୍ବାଇ,୨୧/୫ : ବିରାଟ କୋହଲୀ ଏ ନା ହିଁ ଯଥେଷ୍ଟ । ଭାରତର ଷ୍ଟାର୍ କ୍ରିକେଟର । ଘରେ ଘରେ ପରିଚିତ । ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଗୋଟିଏ ପୋଷ୍ଟ ସଙ୍ଗେସଙ୍ଗେ ଭାଇରାଲ ହୋଇଥାଏ । ଏବେ ଠିକ୍ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ କୋହଲୀ ହୋଟେଲର ଲବିରେ ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସଙ୍କୁ ଦେଖି ହସୁଥିବା ନଜର ଆସୁଛନ୍ତି । କୋହଲୀଙ୍କ ଏହି ରିଆକ୍ସନ ଏବେ ଦ୍ରୁତଗତିରେ ଭାଇରାଲ ହେଉଛି । ଏହି ସମୟରେ କୋହଲୀଙ୍କ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର କିଛି ଅନ୍ୟ ଖେଳାଳୀ ବି ହୋଟେଲକୁ ଆସିଥିବାର ଦେଖାଯାଉଛନ୍ତି ।
ଭିଡ଼ିଓରେ ଦେଖାଯାଉଛି କି କୋହଲୀ ହୋଟେଲରେ ଟିମ୍ ଡେଭିଡ୍, ଜ୍ୟାକବ ବେଥଲ ଏବଂ ଫିଲ ସଲ୍ଟଙ୍କ ସହ ଏଣ୍ଟ୍ରି କରୁଥିଲେ । କବାଟ ନିକଟରେ କୋହଲୀଙ୍କୁ ଏକ ଫ୍ୟାନ୍ ଚେନ୍ନାଇର ଜର୍ସି ପିନ୍ଧିଥିବା ନଜର ଆସୁଛନ୍ତି । କୋହଲୀ ଫ୍ୟାନଙ୍କ ଆଡ଼କୁ ଦେଖି ଜର୍ସି ବିଷୟରେ କିଛି କହୁଛନ୍ତି । ଏହି ସମୟରେ ସେ ନିଜ ହସ ବି ରୋକି ପାରିନଥଲେ । କୋହଲୀ କାହିଁକି ହସିଲେ ? ଏହି ବିଷୟରେ ତାଙ୍କୁ ହିଁ ଜଣା ଅଛି । କିନ୍ତୁ ବିରାଟଙ୍କ ଏହି ମୁହୁର୍ତ୍ତ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ଚେନ୍ନାଇ ଲାଗି ପ୍ଲେଅଫର ଆଶା ବହୁ କଷ୍ଟ ଜଣାପଡ଼ୁଛି । ଟିମର ଶେଷ ଲିଗ୍ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଅଛି । ଯଦି ଏହି ମ୍ୟାଚରେ ଚେନ୍ନାଇ ପରାଜିତ ହୁଏ ତେବେ ଟିମ୍ ଏଲିମିନେଟ ହୋଇଯିବ । ସେହିଭଳି ବିଜୟ ସହ ଟିମର ପ୍ଲେ ଅଫରେ ପହଞ୍ଚିବା କନଫର୍ମ ହେବ ନାହିଁ । ବିଜୟ ପରେ ଟିମକୁ ବାକି ଟିମର ଫଳାଫଳ ଉପରେ ନିର୍ଭର କରିବାକୁ ହେବ ।