ନୂଆଦିଲ୍ଲୀ,୨୪/୦୪; ଟିମ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ୱାଗ ଦୁର୍ଦ୍ଧର୍ଷ ବ୍ୟାଟିଂ ପାଇଁ ବେଶ ପରିଚିତ ରହିଥିଲେ । ପିଚକୁ ଓହ୍ଲାଇବା ମାତ୍ରେ ହିଁ ସେ ବୋଲରଙ୍କୁ ଆକ୍ରମଣ କରି ଛକା ଓ ଚୌକାର ବର୍ଷା କରୁଥିଲେ । ସେହ୍ୱାଗଙ୍କୁ ସମସ୍ତେ ଜଣେ ନିର୍ବିବାଦୀୟ ଓ ସରଳ କ୍ରିକେଟର ଭାବେ ଜାଣିଛନ୍ତି । କିନ୍ତୁ ତାଙ୍କ ଜୀବନ ବେଶ ଆଡ଼ମ୍ବରପୂର୍ଣ୍ଣ । ସେ ଯେଉଁ ଘରେ ରହୁଛନ୍ତି ତା’ର ମୂଲ୍ୟ ୧୩୦ କୋଟି ଟଙ୍କା । ସେହ୍ୱାଗଙ୍କ ଘର ଦିଲ୍ଲୀର ହାଉଜ ଖାସ ଅଞ୍ଚଳରେ । 

ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ କ୍ରିକେଟ୍ ପଡ଼ିଆରେ ତାଙ୍କର ନିର୍ଭୀକ ବ୍ୟାଟିଂ ଶୈଳୀରେ ନିଜ ପାଇଁ ଏକ ନାମ ସୃଷ୍ଟି କରିଛନ୍ତି । ତାଙ୍କର କରିସ୍ମା ତାଙ୍କ କ୍ରିକେଟରେ ସ୍ପଷ୍ଟ ବାରି ହୋଇପଡେ । କିନ୍ତୁ ସେ ବାସ୍ତବ ଜୀବନରେ ମଧ୍ୟ ଘର ପ୍ରେମୀ । ମାଆଙ୍କ ନାମରେ ଘରର ନାଁ ‘କ୍ରିଷ୍ଣା ନିବାସ’ ରଖିଛନ୍ତି । ଦିଲ୍ଲୀର ବିଳାସପୂର୍ଣ୍ଣ ୧୩୦ କୋଟି ଟଙ୍କା ଘର କେବଳ ବାହାରୁ ସୁନ୍ଦର ନୁହେଁ, ଘରର ପ୍ରତ୍ୟେକ କୋଣକୁ ରାଜକୀୟ ଶୈଳୀରେ ସଜାଯାଇଛି । ଏହି ଘରେ ୧୨ଟି କୋଠରୀ ସାଙ୍ଗକୁ, ବିସ୍ତୀର୍ଣ୍ଣ ବଗିଚା ଏବଂ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି । ଠାକୁର ଘର ସାଙ୍ଗକୁ ନିଜ ଜୀବନରେ ଜିତିଥିବା ପୁରସ୍କାର ଓ ଟ୍ରଫିକୁ ସେ ଗୋଟିଏ କୋଠରୀରେ ସଜାଇ ରଖିଛନ୍ତି । କ୍ୟାରିୟରରେ ସେହ୍ୱାଗ ବହୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିଲେ । ୨୦୦୭ ଟି-ଟ୍ୱେଣ୍ଟି ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ ଦଳର ସଦସ୍ୟ ରହିଥିଲେ । ୨୦୧୦ରେ ସେହ୍ୱାଗଙ୍କୁ ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦ ଇୟର ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ...Sachin Tendulkar: ୫୩ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ, ପଢନ୍ତୁ ସଚିନ୍ ତେନ୍ଦୁଲକରଙ୍କ ୫୩ ନିଆରା କୀର୍ତ୍ତିମାନ  

ବୀରେନ୍ଦ୍ର ସେହୱାଗ କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ବହୁତ ସଫଳତା ହାସଲ କରିଛନ୍ତି । ତାଙ୍କର ଅନେକ ପ୍ରଶଂସକ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ବିବରଣୀ ଜାଣିବାକୁ ମଧ୍ୟ ଆଗ୍ରହୀ । ତାଙ୍କର ଅନେକ ବଙ୍ଗଳା ଅଛି କିନ୍ତୁ  ଦିଲ୍ଲୀର ବିଳାସପୂର୍ଣ୍ଣ ବଙ୍ଗଳା ଟିକେ ନିଆରା ।  କ୍ରିକେଟ୍ ବ୍ୟତୀତ, ସେ ବ୍ୟବସାୟ ଏବଂ ନିବେଶ ମାଧ୍ୟମରେ ମଧ୍ୟ ବହୁତ ଟଙ୍କା ରୋଜଗାର କରିଛନ୍ତି । ବୀରୁ ଦିଲ୍ଲୀ ସ୍ଥିତ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳରା ପରିବାର ସହିତ ଜୀବନକୁ ଉପଭୋଗ କରୁଛନ୍ତି । ଘରଟି ମହଲଠାକୁ କମ୍ ନୁହେଁ । ବାହାରେ ଯେତିକି ସୁନ୍ଦର, ଭିତରେ ସେତିକି ବିଶାଳ। ତାଙ୍କ ଘର ଏହି ଅଞ୍ଚଳର ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ।