ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ସପ୍ତାହକୁ ୨ ଘଣ୍ଟା ଚାଲିଲେ ମିଳିବ ଉପଶମ

Published By : Prameya | July 4, 2025 3:05 PM

ନୂଆଦିଲ୍ଲୀ ୦୪/୦୭: ପିଠି ଯନ୍ତ୍ରଣା ଏକ ଗରୁତର ସମସ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିକଶିତ  ଦେଶମାନଙ୍କରେ ୬୦ରୁ ୭୦ ପ୍ରତିଶତ ଲୋକେ ଏହି ସମସ୍ୟାର ସମ୍ମୁଖୀନ  ହୋଇଥାନ୍ତି । ଜାଣନ୍ତି କି? ସପ୍ତାହରେ ମାତ୍ର ଦୁଇଘଣ୍ଟା ଚାଲିବା ଦ୍ୱାରା ପିଠିର  ଯନ୍ତ୍ରଣା କମ୍‌ କରାଯାଇପାରିବ । ଅସ୍ୱାଭାବିକ ଜୀବନଶୈଳୀ ଏବଂ ଅନୁପଯୁକ୍ତ  ବସିବା ଶୈଳୀ ଯୋଗୁଁ ହାଡ଼ ଏବଂ ମାଂସପେଶୀରେ ଆର୍ଥ୍ରାଇଟିସ୍‌ ଭଳି ଗୁରୁତର  ସମସ୍ୟା ଦେଖାଦେଇଥାଏ । ପରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଔଷଧ,  ଫିଜିଓଥେରାପି ଏବଂ ଅସ୍ତ୍ରୋପଚାର ପଦ୍ଧତିକୁ ଅନୁସରଣ କରାଯାଇଥାଏ ।  ଶରୀରରେ ସବୁଠାରୁ କମ୍‌ ଚାପ ପକାଉଥିବା ବ୍ୟାୟାମ ହେଉଛି ଚାଲିବା, ଯାହାକୁ  ସମସ୍ତେ ନିୟମିତ ଜୀବନଚର୍ଯ୍ୟାରେ ଅନ୍ତର୍ଭୁକ୍ତ କରିପାରିବେ । କେବଳ ଚାଲିବା  ଦ୍ୱାରା ଶରୀରର ବହୁ ସମସ୍ୟାର ସମାଧାନ ହୋଇଥାଏ । 

ବଢେ ରକ୍ତ ସଂଚାଳନ

ଚାଲିବା ଦ୍ୱାରା ଶରୀରରେ  ବଢିଥାଏ ରକ୍ତ ସଂଚାଳନ । ‘ଜର୍ଣ୍ଣାଲ ଅଫ ଏକ୍ସରସାଇଜ ରିହାବିଲେସନର  ପ୍ରକାଶିତ ଏକ ଅଧ୍ୟୟନରୁ  ଜଣାପଡ଼ିଛି ଯେ ଚାଲିବା  ଦ୍ୱାରା ମେରୁଦଣ୍ଡରେ ଅମ୍ଳଜାନ  ଏବଂ ପୋଷକତତ୍ତ୍ୱର ମାତ୍ରା  ବଢ଼ିଥାଏ, ଯାହା ମେରୁଦଣ୍ଡର  ପୁର୍ନଗଠନ କରିବା ସହ ନଷ୍ଟ  ହୋଇଥିବା ଜୀବକୋଷକୁ  ପୁନଶ୍ଚ କାର୍ଯ୍ୟକ୍ଷମ କରିବାରେ  ସହାୟକ ହୋଇଥାଏ । 

ଶକ୍ତ ହୁଏ ମାଂସପେଶୀ  

ହାର୍ଭାର୍ଡ ମେଡ଼ିକାଲ ସ୍କୁଲର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚାଲିବା ଦ୍ୱାରା ଶରୀରର ମାଂସପେଶୀ ଶକ୍ତ ହେବା ସହ ମେରୁଦଣ୍ଡ ମଜଭୁତ ହୋଇଥାଏ । ଫଳରେ ପିଠିରେ କମ୍‌ ଯନ୍ତ୍ରଣା ଅନୁଭୂତ ହୋଇଥାଏ । 

ମାନସିକ ଯନ୍ତ୍ରଣା ହ୍ରାସ

 ପିଠି ଯନ୍ତ୍ରଣାର ମୂଳ କାରଣ ହେଉଛି ଚିନ୍ତା ଓ ଚାପଗ୍ରସ୍ତ ଜୀବନ । ଚାଲିବା ଦ୍ୱାରା  ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ, ଫଳରେ ଚିନ୍ତା ଦୂର ହୋଇ  ମାନସିକ ସ୍ଥିତିରେ ସୁଧାର ଆସିଥାଏ । ଆମେରିକାନ୍‌ ଜର୍ଣ୍ଣାଲ୍‌ର ପ୍ରିଭେନ୍‌ଟିଭ୍‌  ମେଡିସିନର ଏକ ଅଧ୍ୟୟନରୁ ଜଣାପଡିଛି ଦିନକୁ ୩୦ ମିନିଟ୍‌ ଏବଂ ସପ୍ତାହକୁ ୫  ଦିନ ଚାଲିବା ଦ୍ୱାରା ଆପଣଙ୍କ ମାନସିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ । 

ଯନ୍ତ୍ରଣାକୁ କମାଏ 

ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ରିହାବିଲେସନର ଏକ ସର୍ଭେ ଅନୁଯାୟୀ ଯେଉଁ ବ୍ୟକ୍ତି  ସପ୍ତାହରେ ମାତ୍ର ୧ ଘଣ୍ଟା ଚାଲୁଥିଲେ, ତାଙ୍କ ପିଠି ଯନ୍ତ୍ରଣା କମ୍‌ ରହିଥିଲା ଅପେକ୍ଷାକୃତ  ଚାଲୁ ନଥିବା ବ୍ୟକ୍ତିଙ୍କ ତୁଳନାରେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚାଲିବା  ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଯଦି ଆପଣ ନୂଆ ଚାଲିବା ଆରମ୍ଭ କରୁଥାନ୍ତି,  ତେବେ ପ୍ରଥମେ ୧୦ ରୁ ୨୦ ମିନିଟି ଚାଲନ୍ତୁ । ପରେ ଧୀରେ ଧୀରେ ସମୟକୁ କ୍ରମଶଃ  ୨ ଘଣ୍ଟା ଯାଏ ବଢାଇପାରିବେ । ଚାଲିବା ସମୟରେ ଗୋଇଠି ଓ ପିଠିରେ ଅଧିକ ଚାପ  ନ ପଡିବା ପାଇଁ ଉଚ୍ଚମାନର ଜୋତା ବ୍ୟବହାର କରିବା ଉଚିତ୍‌ । ସେହିପରି ଚାଲିବା  ଓ ଠିଆ ହେବା ସମୟରେ ଉପଯୁକ୍ତ ଶୈଳୀର ଅନୁକରଣ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.