ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋମବାର ଲୋକସଭାରେ ଆଗତ ହେବ ଓ୍ବାକଫ ବିଲ୍ ଉପରେ ଜେପିସି ରିପୋର୍ଟ, ବିରୋଧି ଅସନ୍ତୁଷ୍ଟ

Published By : Harapriya Biswal | February 2, 2025 2:29 PM

ନୂଆଦିଲ୍ଲୀ,୨।୨: ଓ୍ବାକଫ୍ (ସଂଶୋଧନ)ବିଲ୍‌ର ସମୀକ୍ଷା ପାଇଁ ଗଠିତ ସଂସଦର ମିଳିତ କମିଟି(ଜେପିସି)ର ରିପୋର୍ଟ ସୋମବାର ଲୋକସଭାରେ ଆଗତ କରାଯିବ। ସେଭଳି ପ୍ୟାନେଲରେ ଥିବା ବିରୋଧି ସାଂସଦଙ୍କ କହିବା ଅନୁସାରେ, ତାଙ୍କ ଅସହମତି ନୋଟ୍‌କୁ ବିନା କୌଣସି ସୂଚନାରେ ହଟାଇ ଦିଆଯାଇଛି। ଲୋକସଭା ସଚିବାଳୟ ଦ୍ବାରା ଜାରି ବୁଲେଟିନ୍‌ରେ କୁହାଯାଇଛି କମିଟି ଅଧ୍ୟକ୍ଷ ଜଗଦାମ୍ବିକା ପାଲ୍‌ ଓ ସଦସ୍ୟ ସଞ୍ଜୟ ଜାସଓ୍ବାଲ ସୋମବାର ଲୋକସଭାରେ ରିପୋର୍ଟ ଆଗତ କରିବେ। କମିଟି ଗୁରୁବାର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ରିପୋର୍ଟ ଦେଇଥିଲେ।

କମିଟି ବୁଧବାର ବହୁମତରେ ରିପୋର୍ଟ ସ୍ବୀକାର କରିଛନ୍ତି। ଯେଉଁଥିରେ ଶାସକ ବିଜେପିର ସଦସ୍ୟଙ୍କ ଦ୍ବାରା ଦିଆଯାଇଥିବା ସଂଶୋଧନରେ ସାମିଲ କରାଯାଇଥିଲା। ଏହାପରେ ବିରୋଧି ଦଳ ଏହି ପକ୍ରିୟାଙ୍କୁ ଓ୍ବାକଫ୍ ବୋର୍ଡକୁ ନଷ୍ଟ କରିବାର ଚେଷ୍ଟା ବୋଲି କହିଛନ୍ତି। ଓ୍ବାକଫ୍(ସଂଶୋଧନ) ବିଲ୍‌ ଉପରେ ସଂସଦର ମିଳିତ କମିଟି ଡ୍ରାଫ୍ଟ ଆଇନ ଉପରେ ରିପୋର୍ଟକୁ ୧୫-୧୧ ବହୁମତରେ ଗ୍ରହଣ କରିଛି।

ବିରୋଧି ସଦସ୍ୟ ରିପୋର୍ଟ ଉପରେ ଅସହମତି ପ୍ରକାଶ କରିଛନ୍ତି। ବିଜେପି ସଦସ୍ୟ  ଜୋର ଦେଇ କହିଛନ୍ତି, ଗତ ବର୍ଷ ଅଗଷ୍ଟରେ ଲୋକସଭାରେ ଆଗତ କରାଯାଇଥିବା ଏହି ବିଲ୍ ଓ୍ବାକଫ୍ ସମ୍ପତ୍ତିର ମ୍ୟାନେଜମେଣ୍ଟରେ ଆଧୁନିକତା, ପାରଦର୍ଶିତା ଓ ଜବାବଦେହୀ ଆଣିବାର ବ୍ୟବସ୍ଥା କରିଥାଏ। ଅନ୍ୟପକ୍ଷେ ବିରୋଧି ଏହାକୁ ମୁସଲିମ୍ ସମ୍ପ୍ରଦାୟର ସମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଓ ଓ୍ବାକଫ୍ ବୋର୍ଡରେ କାମରେ ହସ୍ତକ୍ଷେପ ବୋଲି ଘୋଷଣା କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.