ନୂଆଦିଲ୍ଲୀ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଆଟାକ୍ ସାରା ବିଶ୍ୱର ଅନେକ ଦେଶକୁ ଦୋହଲାଇ ଦେଇଛି ଏବଂ ଏହା ପ୍ରଭାବ ଏବେ ବି ଲଗାତାର ଦେଖିବାକୁ ମିଳୁଛି। ଭାରତ , ଜାପାନ ହେଉ କିମ୍ୱା ପୁଣି ଚୀନ , ଟାରିଫ୍ ଯୋଗୁଁ ଟ୍ରେଡ୍ ୱାର ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ଟ୍ରେଡ୍ ପଲିସୀ ଗୁଡ଼ିକୁ ନେଇ ଜେପି ମୋର୍ଗାନ ଚେଜ ଚେତାବନୀ ଦେଇଛି। ଜେପି ମୋର୍ଗାନ ଚେଜ୍ ସିଇଓ ଜେମି ଡିମନ ସତର୍କ କରାଇ କହିଛନ୍ତି ଯେ, ଯଦି ୟୁଏସ୍‌ରେ ବ୍ୟାଣିଜ୍ୟ ବିରୋଧୀ ନୀତି ଗୁଡ଼ିକ ଜାରି ରହେ , ତ ୟୁରୋପ ଭଳି ଆର୍ଥିକ ସଙ୍କଟ ଏଠାରେ ବି ଦେଖା ଦେଇପାରେ।

ବିଜନେସ୍ ଟୁଡେରେ ପ୍ରକାଶିତ ରିପୋର୍ଟ ମୁତାବିକ , ଜେପି ମୋର୍ଗାନ ଚେଜ୍‌ର ସିଇଓ ଜେମି ଡିମନ ୟୁଏସ୍ ଟ୍ରେଡ୍ ପଲିସ୍‌ ଗୁଡ଼ିକୁ ନେଇ ୱାର୍ଣ୍ଣି ଜାରି କରି କହିଛନ୍ତି ଯେ, ଏହି ବ୍ୟାପାର-ବିରୋଧୀ ନୀତି ଗୁଡ଼ିକ ଯୋଗୁଁ କମ୍ପାନୀ ଗୁଡ଼ିକ ସହର ଠାରୁ ବାହାରକୁ ଚାଲୁ ଯାଉଛନ୍ତି। ଏଥିପାଇଁ ଆମେରିକାକୁ ୟୁରୋପ ଭଳି ଆର୍ଥିକ ହ୍ରାସର ସମ୍ମୁଖୀନ ହେବାକୁ ପଡ଼ିପାରେ। ମିୟାମୀରେ ଆମେରିକୀୟ ବିଜନେସ୍ ଫୋରମ୍‌ରେ ଡିମନ ଏହି କଥା କହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି , ଯଦି ଏହାକୁ ନେଇ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆ ନଯାଏ, ତ ପୁଣି ୩୦ ବର୍ଷରେ ଆମେରିକା, ୟୁରୋପର ରାସ୍ତାରେ ଚାଲିବା ନଜର ଆସିବ।

ଜେମି ଡିମନ ୟୁରୋପୀୟ ଅର୍ଥବ୍ୟବସ୍ଥା ଗୁଡ଼ିକରେ ହ୍ରାସ ପାଉଥିବା ଜିଡିପି ଗ୍ରୋଥ୍‌କୁ ଏକ ଚେତାବନୀ ଭାବେ ବାଖ୍ୟା କରିଛନ୍ତି। ଏହାସହ ସେ ବ୍ୟବସାୟିକ ମାହୋଲକୁ ଦୁର୍ବଳ କରିବା ପାଇଁ ହାଇ ଟାକ୍ସେସନ ସହ ଓଭର-ରେଗୁଲେସନକୁ ଦାୟୀ କରିଛନ୍ତି। ଡିମନ ଆଲର୍ଟ କରିଛନ୍ତି ଯେ, ଆମେରିକୀୟ ସହର ଓ ରାଜ୍ୟ ଗୁଡ଼ିକୁ ପ୍ରତିସ୍ପର୍ଦ୍ଧା ଭାବେ ରହିବା ପାଇଁ ଏବେ ଠାରୁ ପଦକ୍ଷେପ ନେବାର ଆବଶ୍ୟକ ରହିଛି, ନୁହେଁ ତ ଅଧିକ ବ୍ୟବସାୟ ଅନୁକୂଳ ନୀତି ଥିବା କ୍ଷେତ୍ରରେ କମ୍ପାନୀ ଗୁଡ଼ିକ ହରାଇବାର ଆଶଙ୍କା ରହିପାରେ।

ଜେପି ମୋର୍ଗାନ ଚେଜ୍‌ଙ୍କ ପକ୍ଷରୁ ଆସି ଥିବା ଆମେରିକା ପାଇଁ ଏହି ବଡ଼ ଚେତାବନୀ ସ୍ୱତନ୍ତ୍ର, କାରଣ ଟାରିଫ୍‌କୁ ନେଇ ଯଦିଓ ରାଷ୍ଟ୍ରପତି ଟ୍ରମ୍ପ ଟ୍ରେଜରୀ ଭରିବା ପାଇଁ ଦାବି କରନ୍ତି, କିନ୍ତୁ ମହଙ୍ଗା ସମେତ ବିଜନେସ୍ ସେକ୍ଟରରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଲଗାତାର ଏକ୍ସପର୍ଟସ ଏହାର ସମାଲୋଚନା କରିବା ନଜର ଆସିଛି।

ଡିମନ ଏହି ଚେତାବନୀ ମଧ୍ୟ ଦେଇଛନ୍ତି ଯେ, ପ୍ରତିକୂଳ ବ୍ୟାବସାୟିକ ମାହୋଲ ଆପଣାଇବାର ରାଜ୍ୟ ଓ ସହର ଗୁଡ଼ିକୁ ପୁଞ୍ଜି ନିବେଶ ହ୍ରାସ ଓ ପ୍ରତିଭାର ପଳାୟନର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ସବୁଥିରେ ପ୍ରତିସ୍ପର୍ଦ୍ଧା ଦେଖିବାକୁ ମିଳିବ, ଦେଶ ଦେଶ ମଧ୍ୟରେ , ରାଜ୍ୟ ରାଜ୍ୟ ମଧ୍ୟରେ ଓ ସହର ଗୁଡ଼ିକ ମଧ୍ୟରେ। ଯେଉଁ ରାଜ୍ୟ ଗୁଡ଼ିକ ବ୍ୟବସାୟ ଗୁଡ଼ିକୁ ବାହାରକୁ ଠେଲି ଦେଉଛନ୍ତି, ସେମାନଙ୍କର ବିପରୀତ ପ୍ରଭାବ ପଡ଼ିବ।