ଶଗଡ଼ଘାଟ,୧୦/୬ : ଟିଟିଲାଗଡ଼ ୱାଟରସେଡ ଯନ୍ତ୍ରୀ ନିକୁଞ୍ଜ ଦାସଙ୍କୁ ନିସ୍ତୁକ ମାଡ଼ ହୋଇଛି l ଶ୍ରୀ ଦାସ ଦୀର୍ଘ ବର୍ଷ ହେବ ଏହି ବ୍ଲକରେ ୱାଟରସେଡରେ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି l ହେଲେ ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥାଏ।
ଅଭିଯୋଗ ମୁତାବକ, ଯନ୍ତ୍ରୀ ନିଜେ ଠିକାଦାର ଓ ଅନ୍ୟ ଚାଷୀ ଚହଲା କାମ କଲେ ଯନ୍ତ୍ରୀଙ୍କ ଜେସିବି ନିହାତି ଭାବେ ବ୍ୟବହାର ହୁଏ ନ ହେଲେ ଫାଇଲ ଆଗକୁ ବଢ଼ିନଥାଏ l ଏତିକି ନୁହେଁ ଚହଲା ବିଲ୍ କରି ଦେବା ବାହାନାରେ ହଜାର ହଜାର ଟଙ୍କା ନେଇ ଦେଖା ଦେଇ ନ ଥାଆନ୍ତି। ଆଜି ଅପରାହ୍ନରେ ହଠାତ ଯନ୍ତ୍ରୀ ଜଣଙ୍କ କୌଣସି କାମରେ କୋର୍ଟ ପରିସରରେ ବୁଲୁଥିବାବେଳେ ଚାଷୀ ଜଣଙ୍କ ଖବରପାଇ ଯନ୍ତ୍ରୀଙ୍କୁ ବିଲ୍ କେତେ ଦୂର ଗଲା ବୋଲି ପଚାରିବାରୁ ସେ ଚିହିଁକି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ମାଡ଼ ହୋଇଥିଲା ଘଟଣା ଜଟିଳ ହେବାରୁ ଥାନାକୁ କେସ୍ ଯାଇଥିଲା । କେତେଜଣ ମଧ୍ୟସ୍ଥି ହୋଇ ଆଲୋଚନା ପରେ ୩ମାସ ମଧ୍ୟରେ ଟଙ୍କା ଫେରସ୍ତ କରିଦେବା ପାଇଁ ସେ ପ୍ରତିଶ୍ରୁତି ଦେବା ପରେ ଯନ୍ତ୍ରୀଙ୍କୁ ଛାଡ଼ି ଦିଆଯାଇଛି l