ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ପାଗ କଥା କହି ନିର୍ବାଚନ ବାତିଲକୁ ଆମେ ନିନ୍ଦା କରୁଛୁ : ବିଜେଡି

Published By : Prameya | May 21, 2025 7:17 PM

ଭୁବନେଶ୍ବର,୨୧/୫ :   ତ୍ରି- ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିଜେଡି ପକ୍ଷରୁ କୁହାଯାଇଛି ମୋହନ ମାଝୀଙ୍କ ସରକାର ବିଚିତ୍ର ରାସ୍ତାରେ ଚାଲିଛି । ସକାଳେ ନୋଟିଫିକେସନ ବାହାରିଲା ଆଉ ସନ୍ଧ୍ୟାରେ ବଦଳି ଯାଉଛି । ପାଗ କଥା କହି ନିର୍ବାଚନ ବାତିଲ ହେବା କହିବାକୁ ଆମେ ନିନ୍ଦା କରୁଛୁ। ପୂର୍ବରୁ କ’ଣ ସେ ପାଗ ବାବଦରେ ଜାଣି ପାରୁ ନଥିଲେ କି। କାହା ଚାପରେ ନିଷ୍ପତ୍ତି ବଦଳିଲା ନିର୍ବାଚନ କମିଶନ ସ୍ପଷ୍ଟ କରିବା ଉଚିତ। ବିଜେପି ଚାପ ପକେଇ ନିର୍ବାଚନ ସ୍ଥଗିତ କରୁଛି କି। 

ଡବଲ ଇଞ୍ଜିନ ସରକାର ଡବଲ ଧୋକ୍କା। ପୂର୍ବରୁ ବିଜେପି ଚଂଚକତା କରି ଜିତିଥିଲେ। ଏବେ ହାରିବା ଭୟରେ ନିର୍ବାଚନକୁ ସ୍ଥଗିତ କରାଯାଇଛି । ଗୋଟିଏ ବର୍ଷରେ ସବୁ କ୍ଷେତ୍ରରେ ଫେଲ ହୋଇଛନ୍ତି। ସେମାନେ ଡରୁଛନ୍ତି। ସେମାନେ ଗାଁକୁ ଗଲେ ଲୋକେ ତାଙ୍କୁ ତାଙ୍କୁ ଗ୍ରହଣ କରିବେ ନାହିଁ।

ସୂଚନାଯୋଗ୍ୟ ଯେ, ସଅଳ ମୌସୁମୀ ଦେଖି ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ୧୧୩୧ ପଦବୀ ପାଇଁ ଆସନ୍ତା ଜୁନ ୨୩ରେ ଉପନିର୍ବାଚନ ହୋଇଥାନ୍ତା। ୧୦୪୩ ୱାର୍ଡ ମେମ୍ବର, ୪୦ସମିତି ସଭ୍ୟ, ୪୩ସରପଞ୍ଚ  ଏବଂ ୫ ଟି ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା । ମୋଟ୍ ୧୧୩୧ ପଦବୀ ରହିଛି । ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତ୍ତନ ପାଇଁ ଜଣାଇଥିଲେ। ଏ ପାଇଁ ମଧ୍ୟ IMDକୁ ରିପୋର୍ଟ ମଗାଯାଇଥିଲା। ଉପନିର୍ବାଚନ ପାଇଁ ହୋଇଥିବା ନୋଟିସକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.