ଭୁବନେଶ୍ୱର,୨୫/୦୨:  ଆସନ୍ତା ୪ଦିନ ଯାଏ ପାଗ ପୂରା ଶୁଖିଲା ରହିବ । ଏହା ପରେ ରାତି ତାପମାତ୍ରା ୨ରୁ  ୩ ଡିଗ୍ରୀ ବଢ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି । 

ରବିବାର  ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ  କମ୍‌ ୧୨.୫ ଡିଗ୍ରୀ ସେଲସିୟସ୍‌ ଥିଲା ।  ରାଉରକେଲାରେ ରାତି ତାପମାତ୍ରା  ୧୪.୫ ଡିଗ୍ରୀ, ସୁନ୍ଦରଗଡ଼ରେ  ୧୫.୩, ଭବାନୀପାଟଣାରେ ୧୫.୫,  ଅନୁଗୁଳରେ ୧୫.୬ ଡିଗ୍ରୀ ଥିଲା । ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା ।