ଭୁବନେଶ୍ୱର ୧୮/୦୭: ପୂଜା-ପାଠ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ ଏବଂ ମନକୁ ଶାନ୍ତ କରିବାର ଏକ ମାଧ୍ୟମ । ଅନେକ ଲୋକ ପୂଜା-ପାଠ କରୁଥିବା ସମୟରେ ବାରମ୍ବାର ହାଇ ମାରନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ, ଏହା କିଛି ବିଶେଷ ସଙ୍କେତ ସହିତ ଜଡିତ। ଆସନ୍ତୁ ଜାଣିବା ପୂଜା ସମୟରେ ହାଇ ମାରିବା ବା ଶୁଭ ନା ଅଶୁଭ କି?
ପୂଜା ସମୟରେ ଥରେ କିମ୍ବା ଦୁଇଥର ହାଇ ମାରିବା ସାମାନ୍ୟ ହୋଇପାରେ। କିନ୍ତୁ ଯଦି ତାହା ବାରମ୍ବାର ହେବାକୁ ଲାଗେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ଧାର୍ମିକ ମାନ୍ୟତା ଅନୁସାରେ, ଏହା ସୂଚାଇପାରେ ଯେ ବ୍ୟକ୍ତି ପୂଜାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ଦେଇ ପାରୁନାହାଁନ୍ତି ଏବଂ ତାଙ୍କର ଧ୍ୟାନ ବାରମ୍ବାର ବିଚଳିତ ହେଉଛି।
ମନ ଅସ୍ଥିର ରହିଲେ, ଏହା ପୂଜାର ପୂର୍ଣ୍ଣ ଲାଭ ପାଇବାରେ ବାଧା ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, 'ଓମ୍' ମନ୍ତ୍ର ଜପ କରିବାକୁ ପରାମର୍ଶ ଦିଆଯାଏ। ନିୟମିତ ଜପ ମନକୁ ଶାନ୍ତ କରିଥାଏ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥାଏ।
ଧାର୍ମିକ ବିଶ୍ୱାସ ଅନୁସାରେ, ପୂଜା ସମୟରେ ବାରମ୍ବାର ହାଇ ଆସିବା ପରିବେଶରେ ନକାରାତ୍ମକ ଶକ୍ତିର ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ, କର୍ପୂର ଜାଳି ପୂଜାସ୍ଥଳର ବାତାବରଣକୁ ଶୁଦ୍ଧ କରିବାକୁ ପରାମର୍ଶ ଦିଆଯାଏ। ଏହି ଅଭ୍ୟାସ ସକାରାତ୍ମକ ଶକ୍ତିର ପ୍ରବାହକୁ ସହଜ କରିଥାଏ ଏବଂ ମନରେ ଶାନ୍ତି ଆଣିଥାଏ ।
ହାଇ ମାରିବାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ :
ପୂଜା ସମୟରେ ଯଦି ଆପଣ ନିଦ୍ରା ଅନୁଭବ କରୁଛନ୍ତି, ତେବେ ମନ୍ତ୍ର କିମ୍ବା ଚଳିସାକୁ ଟିକିଏ ଅଧିକ ଉଚ୍ଚ ସ୍ୱରରେ ପଢ଼ନ୍ତୁ । ଏହା ଆପଣଙ୍କୁ ଧ୍ୟାନରେ ରଖିବାରେ ସାହାଯ୍ୟ କରିଥାଏ ।
ପୂଜାର ସମୟ ପରିବର୍ତ୍ତନ କରିବା ମଧ୍ୟ ଲାଭଦାୟକ ହୋଇପାରେ, ବିଶେଷତଃ ଯଦି ଆପଣ ଅତ୍ୟଧିକ କ୍ଳାନ୍ତ ହୋଇ ପୂଜା କରୁଥାନ୍ତି।
ଭଜନ ଶୁଣିବା ସହିତ ମନ୍ତ୍ର ଜପ କରିବା କିମ୍ବା କିଛି ସମୟ ଚୁପଚାପ୍ ବସିବା ଏବଂ ଭଗବାନଙ୍କୁ ସ୍ମରଣ କରିବା ମଧ୍ୟ ମନକୁ ଏକାଗ୍ର କରିବା ପାଇଁ ଏକ ଭଲ ଉପାୟ ଭାବରେ ବିବେଚନା କରାଯାଏ ।
ଆହୁରି ପଢ଼ନ୍ତୁ...Chandra Rashi Parivartan : ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ, ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ବିପଦ