ସୋର, ୧୮/୦୭ : ବାଲେଶ୍ବର ସିମୁଳିଆର ମହିଷାପଣ୍ଡା ଗାଁରେ ଅଘଟଣ। ଚାଷ ଜମିରେ ଚାଲିଗଲା ୨ ଜଣକ ଜୀବନ। ବିଦ୍ୟୁତ୍ ଆଘାତ ଯୋଗୁଁ ମହିଷାପଣ୍ଡା ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ଗତକାଲି ବାବୁଲି ଦାସ ଚାଷ ଜମିରେ ପଡ଼ିଥିବା ତଳିକୁ ବୁଲା ଗାଈଗୋରୁଙ୍କ ଠାରୁ ସୁରକ୍ଷା ପାଇଁ ତାର ଜାଲି ଲଗାଇ ବିଦ୍ୟୁତ ତାର ସଂଯୋଗ କରିଥିଲେ। ଆଜି ସକାଳେ ଅଜାଣତରେ ତାର ନଖୋଲି ବିଲକୁ ଯାଇଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଲରେ ଛଟପଟ ହେଉଥିବା ଦେଖି ରାସ୍ତା ପାଖରେ ଘର କରିଥିବା ଜଣେ ବୃଦ୍ଧା ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ଯ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ସେହିଠାରେ ହିଁ ଉଭୟଙ୍କର ଜୀବନ ଚାଲିଯାଇଥିଲା।
ସ୍ଥାନୀୟ ଲୋକ ଅଡ଼ା ଦମକଳ କେନ୍ଦ୍ର ଓ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ଦମକଳ କେନ୍ଦ୍ରର କର୍ମଚାରୀ ସେମାନଙ୍କୁ ବିଲରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ସିମୁଳିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଆହୁରି ପଢନ୍ତୁ- ରଥଯାତ୍ରା ଭିଡ଼ରେ ଆତଙ୍କ ଖେଳାଇଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍: ୧୦୩ ଲୁଟେରା ଗିରଫ, ୨୦୩ ମୋବାଇଲ ଜବତ
ସାପୁଆ ନଦୀରେ ବଡ଼ ବନ୍ୟା, ୪୦ହଜାର ଲୋକ ପ୍ରଭାବିତ ଏବଂ ୧୫୦ହେକ୍ଟର ଚାଷଜମି ଜଳମଗ୍ନ